ରାଜ୍ୟସ୍ତରୀୟ ଜୟନ୍ତୀ: ‘ବୀରେନ୍‌ ମିତ୍ର ନେତୃତ୍ୱର ପରିଭାଷା ଥିଲେ’

Advertisment

ସେହି ମନିଷୀମାନଙ୍କ ଜୟନ୍ତୀ ପାଳନ ହୁଏ, ଯାହାଙ୍କ ଜୀବନ ବହୁ ପିଢ଼ି ପାଇଁ ଆଦର୍ଶ ପାଲଟି ଥାଏ। ସେହିଭଳି ଜଣେ ବନ୍ଧୁବତ୍ସଳ, ସମ୍ୱେଦନଶୀଳ, ଲୋକପ୍ରିୟ ଜନପ୍ରତିନିଧି ଓ ନିଃସ୍ୱାର୍ଥପର ଜନସେବକ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର।

ସେହି ମନିଷୀମାନଙ୍କ ଜୟନ୍ତୀ ପାଳନ ହୁଏ, ଯାହାଙ୍କ ଜୀବନ ବହୁ ପିଢ଼ି ପାଇଁ ଆଦର୍ଶ ପାଲଟି ଥାଏ। ସେହିଭଳି ଜଣେ ବନ୍ଧୁବତ୍ସଳ, ସମ୍ୱେଦନଶୀଳ, ଲୋକପ୍ରିୟ ଜନପ୍ରତିନିଧି ଓ ନିଃସ୍ୱାର୍ଥପର ଜନସେବକ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର।

ddgdgdg

ଭୁବନେଶ୍ୱର: ସେହି ମନିଷୀମାନଙ୍କ ଜୟନ୍ତୀ ପାଳନ ହୁଏ, ଯାହାଙ୍କ ଜୀବନ ବହୁ ପିଢ଼ି ପାଇଁ ଆଦର୍ଶ ପାଲଟି ଥାଏ। ସେହିଭଳି ଜଣେ ବନ୍ଧୁବତ୍ସଳ, ସମ୍ୱେଦନଶୀଳ, ଲୋକପ୍ରିୟ ଜନପ୍ରତିନିଧି ଓ ନିଃସ୍ୱାର୍ଥପର ଜନସେବକ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର। ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ବୀରେନ୍‌ ମିତ୍ରଙ୍କର ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସେ ଆହୁରି କହିଲେ, ଛାତ୍ର ଜୀବନରୁ ସଂଗ୍ରାମୀ ନେତା ଭାବରେ ଜଣାଶୁଣା ବୀରେନ୍‌ ମିତ୍ର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସେ ନବ ଓଡ଼ିଶାର ସ୍ୱପ୍ନ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନି‌ର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବୀରେନ୍‌ ମିତ୍ର ନେତୃତ୍ୱର ପରିଭାଷା ଥିଲେ। ନେତା କିଭଳି ହେବା ଦରକାର, ତାହାର ସମସ୍ତ ଆଦର୍ଶ, ସାହସ ଓ ଆଚରଣ ତାଙ୍କ ପାଖରେ ମହଜୁଦ ହୋଇଥିଲା। ସେ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସମାଜ ସଂସ୍କାରକ ଦରଦୀ ନେତା ଭାବରେ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ପ୍ରକାଶ କରିଥିଲେ। 
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଦାଶ ବେନହୁର ବୀରେନ ମିତ୍ରଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ, ଛାତ୍ର ଜୀବନରୁ ରାଜନୀତିକୁ ଆପଣାଇ, ଜନସେବାରେ ବ୍ରତୀ ହୋଇ ସେ ଆଜି ଜନନାୟକ ପାଲଟିଯାଇଛନ୍ତି। ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ସଭାପତି ପ୍ରିୟଦର୍ଶୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ବୀରେନ୍‌ ମିତ୍ର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ସ୍ବର୍ଗତ ମିତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। 

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମାଜସେବୀ କୃଷ୍ଣ ମୋହନ ଜେନା, ମଧୁମେହ ରୋଗ ବିଶେଷଜ୍ଞ ଡା. ବିଶ୍ବଜିତ ପ୍ରଧାନ, କ୍ରିକେଟ ଖେଳାଳୀ ବିପ୍ଳବ ସାମନ୍ତରାୟ ଓ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେହିପରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ସଂପାଦକ ଅମିତ୍‌ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସକାଳେ ବିଭାଗ ତରଫରୁ ଜୟଦେବବିହାର ସ୍ଥିତ ବୀରେନ୍‌ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ), ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ବୀରେନ୍‌ ମିତ୍ର ସଙ୍ଗଠନର ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟ ବୁଦ୍ଧିଜୀବିମାନେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe