ଶେଷରେ ବଦଳିଲା ଷ୍ଟେସନ ନାମ : ଭଇଁସାପାଲି ବଦଳରେ ଲେଖାଗଲା ବିଛୁପାଲି

Advertisment
ଶେଷରେ ବଦଳିଲା ଷ୍ଟେସନ ନାମ : ଭଇଁସାପାଲି ବଦଳରେ ଲେଖାଗଲା ବିଛୁପାଲି

ବଲାଙ୍ଗୀର : ‌ଶେଷରେ ବଦଳିଲା ଷ୍ଟେସନର ନାମ। ଭଇଁସାପାଲି ସ୍ଥାନରେ ଷ୍ଟେସନ ନାମ ହେଲା ବିଛୁପାଲି। ମଙ୍ଗଳବାର ବଲାଙ୍ଗୀର–ଖୋର୍ଦ୍ଧା ରେଳ ପ୍ରକଳ୍ପର ଷ୍ଟେସନର ନାମକରଣ ଫଳକରେ ଭଇଁସାପାଲିକୁ ଲିଭାଇ ବିଛୁପାଲି ଲେଖାଯାଇଛି। ନାମକରଣ ଫଳକରେ ବିଛୁପାଲି ଲେଖାଯିବା ପରେ ବିଛୁପାଲି, ଝାରବଲାଙ୍ଗୀରବାସୀ ଖୁସି ବ୍ୟକ୍ତ କରିଛନ୍ତି।

ବଲାଙ୍ଗୀର–ଖୋର୍ଦ୍ଧା ରେଳ ପ୍ରକଳ୍ପରେ ଷ୍ଟେସନ ନାମକରଣକୁ ନେଇ ବିବାଦ ଉଠିଥିଲା। ବିଛୁପାଲି ମୌଜାରେ ରହୁଥିବା ଝାରବଲାଙ୍ଗୀରବାସୀ ବିଭିନ୍ନ ଫୋରମରେ ଭଇଁସାପାଲି ଷ୍ଟେସନର ନାମ ବଦଳାଇବାକୁ ଦାବି କରିଥିଲେ। ପରେ ଗ୍ରାମବାସୀ ‘ସମ୍ବାଦ’ର ଦୃଷ୍ଟି ଆକର୍ଷଣ କରିଥିଲେ। ନାମକରଣ ପ୍ରସଙ୍ଗରେ ଲୋକଙ୍କ ଦାବି ଯଥାର୍ଥ ଥିବାରୁ ଏ ନେଇ ‘ସମ୍ବାଦ’ରେ ଲାଗାତାର ଖବର ପ୍ରକାଶନ ପରେ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ପରେ ଡିଆର୍‌ଏମ୍‌ ବଲାଙ୍ଗୀର ଗସ୍ତ କରି ସିଧାସଳଖ ଜିଲ୍ଲାପାଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଷ୍ଟେସନ କେଉଁଠି ନିର୍ମାଣ ହୋଇଛି ତାହାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ତହସିଲଦାରଙ୍କ ତଦନ୍ତ ପରେ ଷ୍ଟେସନଟି ବିଛୁପାଲି ମୌଜାରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ବର୍ତ୍ତମାନ ଉଭୟ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ମିଳିମିଶି ନାମକରଣ ବଦଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe