ମୂର୍ତ୍ତି ଉଚ୍ଚତା ବିବାଦ: ଉଚ୍ଚ ନ୍ୟାୟାଳୟରେ ବାଲୁବଜାର ପୂଜା କମିଟିର ଆବେଦନ ଖାରଜ

ମୂର୍ତ୍ତି ଉଚ୍ଚତା ବିବାଦ: ଉଚ୍ଚ ନ୍ୟାୟାଳୟରେ ବାଲୁବଜାର ପୂଜା କମିଟିର ଆବେଦନ ଖାରଜ

କଟକ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ବାଲୁବଜାର ପୂଜା କମିଟିର ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ପ୍ରସଙ୍ଗରେ  ହସ୍ତକ୍ଷେପ କରିବାକୁ ଉଚ୍ଚ ନ୍ୟାୟାଳୟ ମନାକରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ କାଏମ ରଖିଲେ।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ୫୦୦  ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ୮ ଫୁଟ ଉଚ୍ଚର  ମୂର୍ତ୍ତି ପୂଜା ପାଇଆସୁଛି। ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ବିରୋଧ କରି ୮ ଫୁଟ ମୂର୍ତ୍ତି ନିର୍ମାଣ ନେଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରିଥିଲା।  ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ୮ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଗତକାଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe