ଛତୁଚାଷରୁ ରୋଜଗାର ବାଟ ଦେଖାଇଲେ ପ୍ରତିମା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁର ପ୍ରତିମା ସାହୁ। କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ନିଜେ କିଛି କରି ଆତ୍ମନିର୍ଭରଶୀଳ ହେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ।

gjgjgjgj

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁର ପ୍ରତିମା ସାହୁ। କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ନିଜେ କିଛି କରି ଆତ୍ମନିର୍ଭରଶୀଳ ହେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ୟୁଟ୍ୟୁବ୍‌ରେ ଦେଖି ଛତୁଚାଷ ପାଇଁ ଆଗଭର ହୋଇଥିଲେ। ଚାଷୀ ପରିବାରର ଝିଅ ଓ ବୋହୂ ହୋଇଥିବାରୁ ମୂଳରୁ ଚାଷ ପ୍ରତି ତାଙ୍କର ଆଗ୍ରହ ଥିଲା। ପୂର୍ବରୁ ଗୋପାଳନ ଓ ପନିପରିବା ଚାଷରେ ଦକ୍ଷତା ଥିବାରୁ ଛତୁଚାଷରେ କୌଣସି ବାଧା ଆସିନଥିଲା। ଅନ୍ୟ ଚାଷଠାରୁ ଛତୁଚାଷ ବେଶ ଲାଭଦାୟକ ବୋଲି ପ୍ରତିମା କହିଛନ୍ତି। ଛତୁଚାଷରେ ଯେତେ ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଲାଭ ମିଳିଥାଏ।

ଗୋଟିଏ ବେଡ୍‌ ପିଛା ୬୦ରୁ ୭୦ ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଥିବା ବେଳେ ସେଠାରୁ ଏକରୁ ଦେଢ଼ କେଜି ଯାଏ ଛତୁ ଉତ୍ପାଦନ ହୋଇଥାଏ। ସ୍ଥାନୀୟ ବଜାର ଦର ଅନୁସାରେ କେଜି ପିଛା ୨୦୦ରୁ ଅଧିକ ଟଙ୍କାରେ ଛତୁବିକ୍ରି କରୁଛନ୍ତି ପ୍ରତିମା। ପୁଣି ନଡ଼ାର ବର୍ଜ୍ୟବସ୍ତୁକୁ ନ ଫୋପାଡ଼ି ସେଥିରେ କମ୍ପୋଷ୍ଟ ଖତ ତିଆରି କରୁଛନ୍ତି। ଯାହାକି ଅନ୍ୟ ଚାଷରେ ଉପଯୋଗ ହେଉଛି। ଏହାଛଡ଼ା ଜୈବିକ ପଦ୍ଧତିରେ ସେ ଜିଆଖତ ପ୍ରସ୍ତୁତ କରି ପନିପରିବା, ଧାନଚାଷରେ ବିନିଯୋଗ କରିଥାନ୍ତି। ଛତୁଚାଷ କରି ନିଜେ କେବଳ ସ୍ୱାବଲମ୍ବୀ ହୋଇନାହାନ୍ତି, ଗାଁର ଆଉ ୧୫ ଜଣ ମହିଳାଙ୍କୁ ବି ସେ ସ୍ବାବଲମ୍ବୀ କରାଇପାରିଛନ୍ତି। ପରିବାର ପ୍ରତିପୋଷଣରେ ପ୍ରମୁଖ ଭୂମିକା ନିଭାଇ ଏବେ ଅନ୍ୟ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ପ୍ରତିମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe