ବିଜେପି କାର୍ଯ୍ୟାଳୟରେ ରହିଲେ ତିନି ଘଣ୍ଟା: ସଂଗଠନକୁ ମଜଭୁତ କରିବାକୁ କହିଲେ

Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ। ୬ଟା ୩୦ ବେଳକୁ ସେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ। ୬ଟା ୩୦ ବେଳକୁ ସେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ddadgagd

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ। ୬ଟା ୩୦ ବେଳକୁ ସେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ସେ ଲମ୍ବା ଆଲୋଚନା କରିଥିଲେ। ସରକାର ଓ ଦଳକୁ କିପରି ସୁରୁଖୁରୁରେ ଚଳାଯିବ, ସେ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। କହିଥିଲେ, ସଂଗଠନକୁ ମଜଭୁତ କର ଏବଂ ଲୋକଙ୍କ ପାଇଁ କାମ କର। ଲୋକଙ୍କ ଭରସାକୁ ଅତୁଟ ରଖ। ଏମିତି କାମ କର, ଯେମିତି ୨୦୩୬ ପର୍ଯ୍ୟନ୍ତ ବିଜେପି ଏଠାରେ ସରକାରରେ ରହିବ। ରାଜ୍ୟ ନେତାମାନଙ୍କ ସହ ମୋଦୀ ରାତ୍ରି ଭୋଜନ କରିଥିଲେ। ରାତି ପ୍ରାୟ ୯ଟା ୪୫ ବେଳକୁ ସେ ବିଜେପି କାର୍ଯ୍ୟାଳୟରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲେ। ସେଠାରେ ସେ ରାତ୍ରିଯାପନ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ରଣନୀତି ପ୍ରସ୍ତୁତ କରିଥିଲେ। ସରକାର ଗଠନ ପରେ ମୋଦୀ ଆଜି ପ୍ରଥମ ଥର ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ଏଥି ପାଇଁ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe