ଭୁବନେଶ୍ବର: ଓଡ଼ିଶାରେ ଜାତୀୟ ଶିକ୍ଷାନୀତି  ଲାଗୁ ହେବା ପାଇଁ ଷ୍ଟିଅରିଂ କମିଟି  ଗଠନ କରାଯାଇଛି। ଏନଇପି (ନ୍ୟାସନାଲ ଏଜୁକେସନାଲ ପଲିସି) କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି। ୧୬ ଜଣ ସଦସ୍ୟଙ୍କୁ ନେଇ ଷ୍ଟିଅରିଂ କମିଟି ଗଠିତ  ହୋଇଛି।

Advertisment

କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।  କମିଟିର ସଦସ୍ୟମାନେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପାଠ୍ୟ ଖସଡା ପ୍ରସ୍ତୁତ କରିବେ।

ଆସନ୍ତା ଶିକ୍ଷା ବର୍ଷରୁ  ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେବ।  ପ୍ରାଥମିକସ୍ତରରେ ପିଲାଙ୍କ ଶିକ୍ଷାର ମାନଦଣ୍ଡ ଆଧାରରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ ।

ଜାତୀୟ ଶିକ୍ଷାନୀତିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବ। ବିଦ୍ୟାଳୟସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।  ଏହା ସହିତ ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ପାଠ୍ୟ ଖସଡ଼ାରେ ସାମିଲ କରାଯିବ।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ମାତୃ ବିୟୋଗ

ଆସନ୍ତା ଶିକ୍ଷାବର୍ଷରୁ ଏନଇପି ଆଧାରରେ ରାଜ୍ୟରେ ପଠାପଢ଼ା ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, ବାଲବାଟିକାରୁ  ଏନଇପି ଆରମ୍ଭ ହେବ ।

ଜାନୁଆରୀ ୨୧,୨୨, ୨୩ରେ ଏନେଇ କର୍ମଶାଳା ଅନୁଷ୍ଠିତ ହେବ। ଏହା ଦ୍ବାରା ଓଡ଼ିଶାର ପାଠପଢାରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ବିଜେଡି ସରକାର ତଦନ୍ତ କରି ଭୁଆଁ ବୁଲାଉଥିବା ଦୀପାଳି ଦାସ ଅନୁଭବ କଲେଣି