୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଷ୍ଟେନୋ

Advertisment
୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଷ୍ଟେନୋ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଟ୍ରେଜେରି ଅଫିସ୍‌ ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ର ୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍‌ସ ପୁଲିସ ତାଙ୍କୁ ଗିରଫ କରିଛି। ପ୍ରାୟ ୧୬୧ ଜଣ ଶିକ୍ଷକଙ୍କର ପ୍ରାନ୍‌ ବା ପରମାନେଟ୍‌ ରିଟାୟରମେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର ଖୋଲିବାକୁ ସେ ଏହି ଟଙ୍କା ଦାବି କରିଥିଲେ। ଜଣ ପିଛା ୩୦୦ ଟଙ୍କା ହିସାବରେ ସେ ଦାବି କରୁଥିବା ବେଳେ, ଏଥିରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅତିଷ୍ଠ ହୋଇଯାଇଥିଲେ।

ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଦିନ ଦୁଇ ଶିକ୍ଷୟିତ୍ରୀ ଲାଞ୍ଚ ବାବଦ ଟଙ୍କା ନେଇ ଦେଉଥିବା ବେଳେ, ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍‌ସ ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ କାବୁ କରିନେଇଥିଲେ। ତାଙ୍କଠାରୁ ଏହି ୪୮ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ନୟାଗଡ଼ ତ୍ରିନାଥଛକସ୍ଥିତ ତାଙ୍କ ସରକାରୀ ଭବନରେ ଭିଜିଲାନ୍‌ସ ମଧ୍ୟ ଚଢ଼ଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe