ବିଷପିଇ ଜୀବନ ହାରିଲା ପୁଅ, ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ସାବତ ମା’

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଫୁଲବାଣୀ: ବିଷ ପିଇ ଜୀବନ ହାରିଲା ପୁଅ। ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ସାବତ ମା’। ଏଭଳି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ପୁତ୍ରର ନାମ ସୁଶାନ୍ତ ହରିପାଲ ଓ ମା’ ପୋଇନ ହରପାଲ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗ୍ରାମର କୃଷ୍ଣଚନ୍ଦ୍ର ହରିପାଲଙ୍କ ପୁଅ ସୁଶାନ୍ତ ହରିପାଲ ଗୋଚ୍ଛାପଡା ଥାନା ଲୁଇସିଂ ପଞ୍ଚାୟତ ରାଞ୍ଜେଣୀ ଗାଁରେ ରହୁଥିବା ତାଙ୍କ ମଉସା ବିଜୟ ଦିଗାଲଙ୍କ ଘରେ ରହୁଥିଲେ। ‌ସୋମବାର ଦିନ ବେଳା ସେ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ତାଙ୍କୁ ତାଙ୍କ ଘର ଲୋକ ପ୍ରଥମେ ବାଲନ୍ଦାପଡା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ଶୁଣି କଣ୍ଟାମାଳରେ ରହୁଥିବା ତାଙ୍କ ସାବତ ମା'ଙ୍କ ହୃଦଘାତରେ ଆଜି ମୃତ୍ୟୁ ହୋଇଛି। ମୃତ ସାବତ ମା'ଙ୍କ ନାମ ପୋଇନ ହରିପାଲ ବୋଲି ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏ ନେଇ ଥାନାରେ ବର୍ତ୍ତମାନ ସୁଦ୍ଧା କୌଣସି ଏତଲା ହୋଇ ନଥିବା ବେଳେ ଗୋଚ୍ଛାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe