ଦଶପଲ୍ଲାରେ ଅଭାବନୀୟ ଘଟଣା: ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଲେ ସାବତ ମା!

Advertisment
ଦଶପଲ୍ଲାରେ ଅଭାବନୀୟ ଘଟଣା: ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଲେ ସାବତ ମା!

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସିମିଳିସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ ୩୭ ବର୍ଷିୟ ଦିବ୍ୟାଙ୍ଗଙ୍କର ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କର ବାହାଘର ଠିକ୍ ହୋଇଥିଲା। ସେ ଦିବ୍ୟାଙ୍ଗ ହେଲେ ବି ଅଟୋ ଚଳାଇ ରୋଜଗାର କରୁଥିଲେ। ହେଲେ ଏହାକୁ ତାଙ୍କ ସାବତ ମା ବିରୋଧ କରିଥିଲେ। ସଂପତ୍ତି ଲୋଭରେ ସାବତ ମା ତାଙ୍କୁ  ନିୟମିତ ଭାବେ ନିର୍ଯାତନା ଦେଇଆସୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକଜଣକ କିଛି ଦିନ ତଳେ ବିଷ ପିଇ ଦେଇଥିଲେ ବୋଲି କୁହାଯାଉଥିଲେ ବି ପ୍ରକୃତରେ ବିଜୟ ପ୍ରଧାନଙ୍କୁ ସାବତ ମା ପିଟିପିଟି ରକ୍ତାକ୍ତ କରିଥିଲେ ବୋଲି କୁହାଯାଉଛି।  ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ହେଲେ ଦିବ୍ୟାଙ୍ଗଙ୍କର ଗତକାଲି ବିଳମ୍ବିତ ରାତିରେ ସେଠାରେ ମୃତ୍ୟୁ ଘଟିଛି।

publive-image

ତାଙ୍କୁ ସାବତ ମା ପିଟିପିଟି ମାରିଦେଇଥିବା ନେଇ ବିଜୟଙ୍କ ପିଉସୀ ଓ ମାମୁ ଅଭିଯୋଗ କରିଛନ୍ତି। ପିଟି ମାରିବାରେ ବାପା ମଧ୍ୟ ସହଯୋଗ କରିଥିବା ଅଭିଯୋଗ ହୋଇଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe