ଧାନ ବିକ୍ରି ଅଭିଯୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି

Advertisment
୩୩୨ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

Agriculture Post

ଭୁବନେଶ୍ବର : ଧାନ ବିକ୍ରି ସମ୍ବନ୍ଧୀୟ ଅଭିଯୋଗର ନିରାକରଣ ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀମାନେ ସେମାନଙ୍କର ନିକଟସ୍ଥ ସମିତିରେ ଆଗୁଆ ଅନଲାଇନରେ ପଞ୍ଜୀକରଣ କରୁଛନ୍ତି। ଧାନ ବିକ୍ରୟ ପାଇଁ ଚାଷୀମାନଙ୍କୁ ସେମାନଙ୍କର ବିକ୍ରି ଯୋଗ୍ୟ ଧାନ ସହ ନିର୍ଧାରିତ ତାରିଖରେ ମଣ୍ଡିରେ ଉପସ୍ଥିତ ହେବା ପାଇଁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଆଗୁଆ‌ ଟୋକନ୍ ପ୍ରେରଣ କରାଯାଉଛି। ଏହି ଟୋକନ୍ ଚାଷୀମାନଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରକୁ ପ୍ରେରଣ କରାଯାଏ।

ଚାଷୀମାନେ ସେମାନଙ୍କ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରୁ ଟୋଲ ଫ୍ରି ନମ୍ବର ୧୯୬୭କୁ ଯୋଗାଯୋଗ କରି ପଞ୍ଜୀକରଣ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ଜମିର ପରିମାଣ, ବିକ୍ରି ସମ୍ବନ୍ଧୀୟ ତଥ୍ୟ ଓ ଧାନ ବିକ୍ରୟ ବାବଦ ପ୍ରାପ୍ୟର ତଥ୍ୟ ପାଇପାରିବେ। ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ, ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଧାରିତ ଅମଳ ହାରରେ ସମସ୍ତ ବିକ୍ରି ଯୋଗ୍ୟ ଧାନ କ୍ରୟ କରାଯାଉଛି। ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଥିବା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe