ୱାଟର ଲଗିଙ୍ଗ୍ ଯେପରି ନେହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି: ନଗର ଉନ୍ନୟନ ମନ୍ତ୍ରୀ

ୱାଟର ଲଗିଙ୍ଗ୍ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି। ଯେଉଁ ଯେଉଁ ଜାଗାରେ ୱାଟର ଲଗିଙ୍ଗ ହେଉଛି ସେସବୁ ଜାଗାରେ ଏଭଳି ସ୍ଥିତି ଯେପରି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି...

ଅଦ୍ୟତନ ହୋଇଛି
Steps are being taken to prevent water logging: Urban Development Minister

Steps are being taken to prevent water logging: Urban Development Minister Photograph: (sambad.in)

ଭୁବନେଶ୍ବର: ୱାଟର ଲଗିଙ୍ଗ୍ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ଆସିଛି। ଯେଉଁ ଯେଉଁ ଜାଗାରେ ୱାଟର ଲଗିଙ୍ଗ ହେଉଛି ସେସବୁ ଜାଗାରେ ଏଭଳି ସ୍ଥିତି ଯେପରି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି। ବର୍ଷା ପୂର୍ବରୁ ସ୍ଵତନ୍ତ୍ର ଟିମ୍ ଯୋଗେ ୱାଟର ଲଗିଙ୍ଗ୍ ପଏଣ୍ଟ ସବୁକୁ ମନିଟରିଙ୍ଗ କରାଯାଇଥିଲା। ସେସବୁ ପଏଣ୍ଟ୍‌ରେ ଜଳ ନିଷ୍କାସନ ପାଇଁ ଗୁରୁତ୍ବ ଦିଆଯାଉଛି। ଆଉ ୱାଟର ଲଗିଙ୍ଗ୍ କେମିତି ନ ହେବ ସେଥିପାଇଁ ଚେଷ୍ଟା କରାଯାଉଛି।

ରାଜଧାନୀ ଭୁବନେଶ୍ବରରେ ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରୁଛନ୍ତି, ଏହାକୁ ନେଇ ଯୋଜନା କରାଯାଉଛି  ବୋଲି ମନ୍ତ୍ରୀ କହିଛନ୍ତି।

ରାସ୍ତା ଖୋଳାଯିବା ଦ୍ୱାରା ୱାଟର ଲଗିଙ୍ଗ୍ ସମସ୍ୟା ହେଉଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଯଦି କେଉଁଠି ଅଯଥା ଖୋଳା ଯାଉଥିବ ତେବେ ଅଭିଯୋଗ ଆସିଲେ ସେନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ଯେଉଁଠି ଆବଶ୍ୟକତା ଅବା କାମ ଥିବ ସେଠାରେ ଖୋଳା ଯିବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି।

ଖୁବଶୀଘ୍ର ପୁରୀ ମହାନଗର ନିଗମ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। ଏନେଇ  ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଚାଲିଛି।  ଗ୍ରାମାଞ୍ଚଳର କେତେ ପଞ୍ଚାୟତ ମହାନଗର ନିଗମରେ ସାମିଲ ହେବ ସେନେଇ ତର୍ଜମା ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

water logging | Bhubaneswar | Krushna Chandra Mohapatra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe