ଓଡ଼ିଶା ସରକାର, ଏମ୍‌ସିଏଲ୍ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ: ଧର୍ମେନ୍ଦ୍ର

Advertisment
ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ସର୍ବଦଳୀୟ ବୈଠକ ଡାକି ସମାଧାନ ବାଟ ବାହାର କରାଯାଉ

ThePrint

ଭୁବନେଶ୍ବର : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁ୍‌ ଅଫ୍ ମେଡିକାଲ ସାଇନ୍‌ସ ଏଣ୍ଡ ରିସର୍ଚକୁ ଏମ୍‌ସିଏଲ ସହଯୋଗରେ ରାଜ୍ୟ ସରକାର ପରିଚାଳନା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ତାଳଚେର ମେଡିକାଲ କଲେଜୁ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସରକାର ଓ ଏମ୍‌ସିଏଲ୍ ପ‌ଦକ୍ଷେପ ନେଇଛନ୍ତି। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀ ନେତୃତ୍ବରେ ତାଳଚେରଠାରେ କେନ୍ଦ୍ର ସରକାରଙ୍କ ଏମ୍‌ସିଏଲ୍‌ ଦ୍ବାରା ୪୯୨କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ ପ୍ରତିଷ୍ଠା କରାଯାଉଛି। ଓଡ଼ିଶା ସରକାର ଓ ଏମ୍‌ସିଏଲ ସମନ୍ବୟ ରକ୍ଷା କରି ଖୁବଶୀଘ୍ର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା। ଏହାଦ୍ବାରା ଅନୁଗୁଳ ସମେତ ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାୟର ପ୍ରାୟ ୭୦ଲକ୍ଷ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ। ଏହାସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe