ମାଟି ତଳୁ ଏସ୍‌ଟିଏଫ୍‌ର ହାତୀ କଙ୍କାଳ ଉଦ୍ଧାର ଘଟଣା : ରେଞ୍ଜର ନିଲମ୍ବିତ

Advertisment
ମାଟି ତଳୁ ଏସ୍‌ଟିଏଫ୍‌ର ହାତୀ କଙ୍କାଳ ଉଦ୍ଧାର ଘଟଣା : ରେଞ୍ଜର ନିଲମ୍ବିତ

The Public Domain Review

କଟକ: ନରସିଂହପୁର ମାଟି ତଳୁ ଖାତ ଖୋଳି ଏସ୍‌ଟିଏଫ୍‌ର ହାତୀ କଙ୍କାଳ ଜବତ୍‌ ଘଟଣାରେ ଶେଷରେ ମାସକ ପରେ ଖସିଯିବାକୁ ବସିଥିବା ରେଞ୍ଜରଙ୍କୁ ନିଲମ୍ବିତ କରିଛି ବନବିଭାଗ। ଘଟଣା ପରେ ସପ୍ତାହକ ଭିତରେ ବିଭାଗ କେବଳ ଫରେଷ୍ଟର ଓ ଗାର୍ଡଙ୍କୁ ନିଲମ୍ବନ କରି ବନବିଭାଗ ତା’ର ଦାୟିତ୍ବ ସାରି ଦେଇଥିବାବେଳେ ଖସିଯିବାକୁ ବସିଥିବାବେଳେ ଆଜି ନରସିଂହପୁର ପଶ୍ଚିମାଞ୍ଚଳର ତତ୍କାଳୀନ ରେଞ୍ଜର ତଥା ବର୍ତ୍ତମାନ ଚନ୍ଦକା ରେଞ୍ଜ ଦାୟିତ୍ବରେ ଥିବା ଅଶୋକ ବେହେରାଙ୍କୁ ଆଜି ନିଲମ୍ବିତ କରାଯାଇଥିବା ନେଇ ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ହାତୀ ଶିକାର କରି ଦାନ୍ତ କାଟି ନେବା ସହ ଗାତ ଖୋଳି ପୋତି ଦିଆଯାଇଥିଲା। ଏ ନେଇ ଭିଡିଓ ଭାଇରାଲ୍‌ ହେବାପରେ ଗତ ୭ତାରିଖ ଦିନ ଭୁବନେଶ୍ବରରୁ ଏସ୍‌ଟିଏଫ୍‌ ଟିମ୍‌ ନରସିଂହପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବନକର୍ମଚାରୀମାନଙ୍କ ପକ୍ଷରୁ ଟିମ୍‌କୁ ବିରୋଧ ମଧ୍ୟ କରାଯାଇଥିଲା। ତେବେ ଏସ୍‌ଟିଏଫ୍‌ ଟିମ୍‌ ବାରସିଙ୍ଗା ସେକ୍ସନ୍‌ର ବାଲିକିଆରି କମ୍ପାର୍ଟମେଣ୍ଟ୍‌ ୧୧ରୁ ମାଟି ଖୋଳି ଦନ୍ତାହାତୀର କଙ୍କାଳ ଜବତ୍‌ କରିଥିଲା। ଘଟଣାର ମାସକ ପରେ ଆଜି ରେଞ୍ଜର ନିଲମ୍ବନ ହେବା ଘଟଣାକୁ ନେଇ ସବୁ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ଏସ୍‌ଟିଏଫ୍‌ର ତଦନ୍ତ ଧିମେଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe