ସପ୍ତମରେ ଫେଲ ହେଲେ ବି ଠକିବାରେ ଚମ୍ପିୟାନ, ନାଁକୁ ଶାଢି ବିକନ୍ତି, ଅସଲରେ ଜାଲ ନୋଟ ଛାପନ୍ତି

Advertisment
ସପ୍ତମରେ ଫେଲ ହେଲେ ବି ଠକିବାରେ ଚମ୍ପିୟାନ, ନାଁକୁ ଶାଢି ବିକନ୍ତି, ଅସଲରେ ଜାଲ ନୋଟ ଛାପନ୍ତି

ଭୁବନେଶ୍ୱର: ଦୁଇଦିନ ତଳେ ଛତିଶଗଡ଼ରୁ ଓଡ଼ିଶା ଯାଏ ଲମ୍ବିଥିବା ଜାଲ୍‌ ନୋଟ୍‌ ରୢାକେଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିଥିଲା । ଏହି ଘଟଣାରେ ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରାଯାଇଛି। ତା’ଠାରୁ ୪୧.୧୬ ଲକ୍ଷର ଟଙ୍କାର ଜାଲ୍‌ ନୋଟ୍‌, ଛପା ମେସିନ୍‌ ଆଦି ଜବତ କରାଯାଇଥିଲା। ସେଥିରେ ୫ଶହ ଟଙ୍କିଆ ଜାଲ୍‌ ନୋଟ୍‌ ଥିଲା। ତେବେ ବର୍ତ୍ତମାନ ଏକ ସଂଗୀନ ତଥ୍ୟ ସାମ୍ନାକୁ ଆସିଛି | ଦୀପକର ଭାଇ ଯଶୋବନ୍ତ ଏହି କଳା କାରନାମାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି | ସପ୍ତମ ଶ୍ରେଣୀ ଫେଲ ହୋଇ ଫେରିଵାଲା ଭାବେ ଶାଢି ବିକୁଥିବା ଯଶୋବନ୍ତକୁ ଖୋଜିବାକୁ ଏବେ ସୋନପୁର ମାଟିଖାଇ ଗାଁ ଓ ଆଖପାଖରେ ଏସଟିଏଫ ଚଢ଼ାଉ କରିଛି |

ସ୍ପେଶାଲ ଟାସ୍କଫୋର୍ସ ୨ ଦିନ ଧରି ଛାନଭିନ ଚଳାଇଛି | ଜାଲ ନୋଟ କାରବାର ମାଷ୍ଟରମାଇଣ୍ଡ ଯଶୋବନ୍ତ ମେହେରକୁ ଧରିବା ପାଇଁ ଏହି ଚଢ଼ାଉ କରାଯାଇଛି | ଯଶୋବନ୍ତ କୋଟି କୋଟି ଟଙ୍କାର ଜାଲ ନୋଟ ଗଚ୍ଛିତ ରଖିଥିବା ସୂଚନା ମିଳିଥିବାବେଳେ ପଶ୍ଚିମ ଓଡିଶାର କିଛି ଟାଣୁଆ ଲୋକଙ୍କ ସହ ଯଶୋବନ୍ତର ସମ୍ପର୍କ ଥିଲା | ସିଡ଼ିଆର ରିପୋର୍ଟରୁ ଏହି ସବୁ ତଥ୍ୟ ମିଳିଛି | ଏସଟିଏଫ କହିଛି ଯେ ଫେରିବାଲା ଭାବେ ବୁଲି ବୁଲି ଦୁଇ ଭାଇ ଶାଢି ବିକ୍ରି କରନ୍ତି | କିନ୍ତୁ ଦୁଇ ଭାଇଙ୍କ ମୁଖ୍ୟ କାମ ହେଉଛି ଜାଲ ନୋଟ କାରବାର | ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତା ନକଲି ନୋଟ | ଆଉ ଲକ୍ଷେ ଟଙ୍କାର କାରବାର କଲେ କମିଶନ ବାବଦକୁ ୨୫ ହଜାର ଟଙ୍କା ମିଳୁଥିଲା ବୋଲି ଏସଟିଏଫ କହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe