ସୟଦ ଈଶାନ ବୁଖାରୀକୁ ରିମାଣ୍ଡରେ ନେବେ ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଧରାହେବା ଘଟଣା

ସୟଦ ଈଶାନ ବୁଖାରୀକୁ ରିମାଣ୍ଡରେ ନେବେ ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ

ଭୁବନେଶ୍ବର: ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ସେ କହିଛନ୍ତି, ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ବାଟସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।

ଏସଟିଏଫ୍ ଏସପି  ଆହୁରି କହିଛନ୍ତି, ଏବେ ବୁଖାରୀ ଜୁଡିସିଆଲ କଷ୍ଟଡିରେ ଅଛି। ବୁଖାରୀକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ। ଜମ୍ମୁ ପୁଲିସ, ପଞ୍ଜାବ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ଅଛି ଏସଟିଏଫ୍। ଏଯାଏ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଖୁବ୍ ଶୀଘ୍ର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ କରାଯିବ। ଏଫଆଇୟୁକୁ ଏନେଇ ଚିଠି ଲେଖାଯାଇଚି। ଏହାଛଡ଼ା ଅନୟୁଜୁଆଲ ଅର୍ଥନୈତିକ କାରବାର ସମ୍ବନ୍ଧରେ ତଦନ୍ତ ଚାଲିଛି। ତାର ସ୍ତ୍ରୀମାନଙ୍କ ସହ ଖୁବ ଶୀଘ୍ର ଯୋଗାଯୋଗ କରାଯିବ। ସିଡିଆର ବା କଲ ଡିଟେଲ ରେକର୍ଡ ବାହାର କରାଯିବ। ଆଇଏସଆଇ ଲିଙ୍କ ନେଇ ମୋବାଇଲ ଫୋନର ରିଟ୍ରାଇଭ କରାଯାଉଛି। ଖୁବ ଶୀଘ୍ର ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୁଲିସ ଆସି ତାକୁ ରିମାଣ୍ଡରେ ନେବେ।

publive-image

ଆତଙ୍କବାଦୀଙ୍କ ଲିଙ୍କ୍‌ରେ ରହୁଥିଲା। ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖିଥିଲା। କାହାକୁ ଡାକ୍ତର, ଆଉ କାହାକୁ ପିଏମ୍‌ଓ ଅଫିସ୍‌ ଅଧିକାରୀ; କାହାକୁ ଆର୍ମି ଅଫିସର ତ କାହାକୁ ଏନ୍‌ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା। ସୁନ୍ଦର ଚେହେରା ସାଙ୍ଗକୁ ଶାଣିତ ଇଂରାଜି ଓ ହିନ୍ଦୀ ଭାଷା ଯୋଗୁଁ କେହି କେବେ ସନ୍ଦେହ କରିନଥିଲେ। କେବଳ ସାଧାରଣ ଲୋକ ନୁହେଁ, ଭିନ୍ନ ଭିନ୍ନ ରାଜ୍ୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ଏଭଳି ଜଣେ ସନ୍ଦିଗ୍ଧ ଈଶାନ ବୁଖାରୀକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ଘଟଣା ଗତକାଲିଠାରୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତା’ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନମ୍ବର ୩୧/୨୩ ରେ ୪୧୯/୪୨୦/୪୬୫/୪୬୭/ ୪୬୮/୪୭୧/୧୨୦ (ବି) ଆଇପିସି ଆର୍‌/ଡବ୍ଲ୍ୟୁ, ଧାରା ୬୬ ସି/୬୬ ଡି ଆଇଟି ଆଇନରେ ଦଫା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe