ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା: ମହାସ୍ନାନ ପାଇଁ ମହାନଦୀକୁ ଗଲେ ମାହେଶ୍ୱରୀ ଠାକୁରାଣୀ

ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା: ମହାସ୍ନାନ ପାଇଁ ମହାନଦୀକୁ ଗଲେ ମାହେଶ୍ୱରୀ ଠାକୁରାଣୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସ୍ତମ୍ବେଶ୍ୱରୀ ସଂସ୍କୃତିର ଅନନ୍ୟ ପରମ୍ପରା କେଉଁ ଆଦିମ କାଳରୁ ଚାଲି ଆସିଛି। ପ୍ରାୟତଃ ସମସ୍ତ ଦେବାଦେବୀ ମନ୍ଦିର ସବୁଦିନ ଖୋଲା ହୋଇ ପୂଜା ପାଇଥାନ୍ତି। କିନ୍ତୁ ସ୍ତମ୍ବେଶ୍ୱରୀଙ୍କ ପୂଜା ବର୍ଷକୁ କେବଳ ପନ୍ଦର ଦିନ ପାଇଁ ହୁଏ। ଏହା ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମାଁ ମାହେଶ୍ୱରୀ ନିଜ ନିଜ ଗାଁର ପୋଖରୀ ବା ନଦୀକୁ ସ୍ନାନ ପାଇଁ ଯାଇଥାନ୍ତି। ଏହି ଦିନଠୁ ଖଣ୍ଡାଧୁଆ ପର୍ବ ବୋଲି ଅନେକେ ସ୍ଥାନରେ କହିଥାନ୍ତି।

ମା’ମାନେ ସନ୍ତାନମାନଙ୍କ ମଙ୍ଗଳ କାମନା ପାଇଁ ଏହି ଦିନ ପୁଉଜିଉନ୍ତିଆ ଓଷା କରିଥାନ୍ତି। ପୁଣି ପନ୍ଦର ଦିନ ପରେ ଆଶ୍ୱୀନ ମାସ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ମାଁ ମାହେଶ୍ୱରୀ ମହାସ୍ନାନ ପାଇଁ ବାହାରିଥାନ୍ତି ମହାନଦୀକୁ। ଏହି ପରମ୍ପରା ଅନୁସାରେ ଆଜି ବୀରମହାରାଜପୁର ହିଲୁଙ୍ଗ, ମେଣ୍ଡାମାଳ, ଉଫୁଲା, ବାଗବର, ଷଣ୍ଢା, ଭାଲିଆ ପଦର, ଦେଉଳ ମୁଣ୍ଡା ଗାଁର ମାହେଶ୍ୱରୀ ମାଁ ମହାନଦୀକୁ ଯାଉଛନ୍ତି ମହାସ୍ନାନ ପାଇଁ।

publive-image

ଏବର୍ଷ ମଳ ମାସ ହୋଇଥିବାରୁ ମା’ଙ୍କ ୪୫ ଦିନ ପୂଜା ହୋଇଛି। ବିଧି ଅନୁସାରେ ମଳମାସ ପ୍ରଥମ ଆଶ୍ୱୀନ ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ପୂଜା ଆରମ୍ଭ ହୋଇ ମହାଷ୍ଟମୀ ଦିନ ମାଁ ଯାଇଥାନ୍ତି ମହାସ୍ନାନ ପାଇଁ। ପରଦିନ ବା ମହାନବମୀ ଦିନ ମାଁଙ୍କ ସମସ୍ତ ରିତି ନିତି ସରିବାପରେ ପ୍ରତିଷ୍ଠା କରାଯାଇ ମନ୍ଦିରକୁ ବା ଗମ୍ଭିରା ଭିତରକୁ ପ୍ରବେଶ କରିଥାନ୍ତି। ଠାକୁରାଣୀମାନଙ୍କ ପୂଜକମାନେ ମହାଷ୍ଟମୀ ଦିନ ନବାନ୍ନ ଭକ୍ଷଣ କରିଥାନ୍ତି। ଯେଉଁ ମାହେଶ୍ୱରୀ ପୀଠରେ ମହାଖଳାପୁଜା ଅନୁଷ୍ଠିତ ହୁଏ। ସେଠାକାର ମାଁ ମାହେଶ୍ୱରୀ ଆଶ୍ୱୀନ ପୂର୍ଣ୍ଣିମା ତିଥିରେ ମହାସ୍ନାନ ପାଇଁ ବାହାରିଥାନ୍ତି।

କରୋନା କଟକଣା ଯୋଗୁଁ ଏବର୍ଷ ଯାତ୍ରାରେ ସେଭଳି ଜନ ସମାଗମ ନାହିଁ। ବୀରମହାରାଜପୁର ଛକଦେଇ ଛଅଟି ଗ୍ରାମର ମାଁ ମାହେଶ୍ୱରୀ ମହାସ୍ନାନ ପାଇଁ ମହାନଦୀକୁ ଯାଇଥାନ୍ତି। ସେଥିପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବୀରମହାରାପୁର ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ୍‌ କୁମାର ଚୋପଦାର ଓ ଥାନା ଅଧିକାରୀ ପ୍ରଭା ଧାନଙ୍କ ନେତୃତ୍ୱରେ ସମସ୍ତ ଛକ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅଞ୍ଚଳରେ ପ୍ରାୟ ପଚାଶଟି ଗ୍ରାମରେ ଆଜି ମାଁ ମାହେଶ୍ୱରୀଙ୍କ ମହାସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe