ଚୋରି କେବୁଲ୍ ତାର ଉଦ୍ଧାର, ୩ ଗିରଫ

Advertisment
ଚୋରି କେବୁଲ୍ ତାର ଉଦ୍ଧାର, ୩ ଗିରଫ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ କେବୁଲ ତାର ଚୋରି କରୁଥିବା ଚୋର ଗ୍ୟାଙ୍ଗଙ୍କୁ କାବୁ କରିଛି। ସେମାନଙ୍କ ଠାରୁ ବହୁ ତାର ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି।

ପୁଲିସ୍ ସୂଚନାମତେ, ଖଡ଼ିଆଳ ବ୍ଲକର ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପରୁ ମୋଟର ତଥା କେବୁଲ ତାର ଚୋରି ବଢ଼ିବାରେ ଲାଗିଥିଲା। ଏନେଇ ଥାନାରେ ବହୁ ଅଭିଯୋଗ ହୋଇଛି। କେବୁଲ ତାର ଚୋରି ନେଇ ପ୍ରଥମେ ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା ଗତ ୧୪ ତାରିଖ ଅଭିଯୋଗ କରିଥିଲେ। ସେହିପରି ନେହେନା ମା’ ଦେଶରେନ ଜଳ ଯୋଗାଣ ପ୍ରକଳ୍ପରୁ ଗତ ୧୬ ତାରିଖ ଚୋରି ହୋଇଥିବା ନେଇ ଜଳ ଯୋଗାଣ ପ୍ରକଳ୍ପ ସଭାପତି ରାମଲାଲ ଦଣ୍ଡସେନା ଅଭିଯୋଗ କରିଥିଲେ।

ପରେ ଡୁଆଝର ଜଳ ଯୋଗାଣ ପ୍ରକଳ୍ପରୁ ୧୯ ତାରିଖ ଚୋରି ହୋଇଥିବା ନେଇ ସରପଞ୍ଚ ଜିତୁ କୁମ୍ଭାର ଅଭିଯୋଗ କରିଥିବା ବେଳେ ପୁଲିସ୍ ପୃଥକ୍ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଏନେଇ ପ୍ରଥମେ ଜଣେ ଯୁବକଙ୍କୁ ପୁଲିସ୍ କାବୁ କରି ଥାନାକୁ ଆଣି ପଚରାଉଚରା ପରେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ଥାନା ଦାବ୍ରି ଗାଁର ରୂପସିଂ ଜଗତ (୨୬), ଖଡ଼ିଆଳ ୱାର୍ଡ ନଂ୩ ଦଳପଡ଼ାର ତ୍ରିଲୋଚନ ବାଗ (୨୦) ଓ ବାଙ୍ଗଟିପଡ଼ାର ସୁନା ଗହୀର। ପୁଲିସ ସେମାନଙ୍କ ଠାରୁ ୨୧ କେଜି କେବୁଲ ତାର, ଦୁଇଟି ପ୍ଲାସ୍‌ ଓ ୨ଟି ବାଇକ୍ ଉଦ୍ଧାର କରିଛି। ଏଥିସହ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe