ଚୋରି ସିମେଣ୍ଟ ଓ ଡିଜେଲ ଜବତ ସୁରକ୍ଷା କର୍ମୀଙ୍କ ସହ ୩ ଗିରଫ

Advertisment
ଚୋରି ସିମେଣ୍ଟ ଓ ଡିଜେଲ ଜବତ ସୁରକ୍ଷା କର୍ମୀଙ୍କ ସହ ୩ ଗିରଫ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୩ନମ୍ବର କୋଇଲାଖଣି ନିକଟରେ ନିର୍ମାଣ ଧୀନ ରାସ୍ତା କାମ ପାଇଁ ଥିବା ୬୮ ବସ୍ତା ସିମେଣ୍ଟ ଓ ସେଠାରେ ରହିଥିବା ପୋକଲିନ ଗାଡିରୁ ୬୦ଲିଟର ଡିଜେଲ ଚୋରି ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୁଲିସ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓକିଲ ଯାଦବ(୪୫), ସନ୍ଦୀପ ଦୁବେ(୩୦) ଓ ସିକି ସିଂ(୨୯)କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ପ୍ରକାଶ ଦଳେଇ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ମାନେ ସମସ୍ତେ ରାମଗଡ଼ ଅଞ୍ଚଳର। ତାଙ୍କ ଠାରୁ ଚୋରି ସିମେଣ୍ଟ ଓ ଡିଜେଲ ଜବତ ହୋଇଛି। ଗତ ୫ତାରିଖ ରାତିରେ ଏହି ସବୁ ଜିନିଷ ଚୋରି ହୋଇଥିଲା। ଗତ ୬ତାରିଖ ସକାଳେ ରାସ୍ତକାମ  କରୁଥିବା ଶ୍ରଦ୍ଧା  କନଷ୍ଟ୍ରକସନ କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଧିକାରୀ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଦିନ ରାତିରେ ଚୋର ମାନେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓକିଲ ଯାଦବକୁ ମାଡ଼ ମାରିବା ସହ ତାର ମୋବାଇଲ ଫୋନ, ସିମେଣ୍ଟ ଓ ଡିଜେଲ ଚୋରି କରି ନେଇଥିବା ଜଣାଇଥିଲେ। ଏସମ୍ପର୍କରେ ପୁଲିସ ଓକିଲ ଯାଦବକୁ ପଚରା ଉଚରା ପରେ  ତା କଥାରେ  ପୁଲିସର ସନ୍ଦେହ ହୋଇଥିଲା। ଓକିଲ ଯାଦବର ଜ୍ଞାତ ସାରରେ ଚୋରି ହୋଇଥିବା ପୁଲିସର ସନ୍ଦେହ ଘନୀଭତ ହେବାରୁ  ତାକୁ  ଅଧିକ ପଚାରିବାରୁ ସମସ୍ତ କଥା ମନିଥିଲା। ଓକିଲ ଯାଦବ ଘରୁ ତାର ଓ ମୋବାଇଲକୁ ପୁଲିସ ଜବତ କରିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓରିଏଣ୍ଟ ଆଇ ଆଇ ସି ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe