ବାହାଘର ମଣ୍ଡପରୁ ଅଳଙ୍କାର ଚୋରି କରି ୫ ବନ୍ଧା ହେଲେ

Advertisment
ବାହାଘର ମଣ୍ଡପରୁ ଅଳଙ୍କାର ଚୋରି କରି ୫ ବନ୍ଧା ହେଲେ

ରାଉରକେଲା: ବାହାଘର ଚାଲୁଥିବାବେଳେ ୩ ଦୁର୍ବୃତ୍ତ ସୁଯୋଗ ପାଇ ସୁନା ଅଳଙ୍କାର ଚୋରି କରିଥିଲେ। ସେଥିରୁ କିଛି ସୁନାକୁ ବନ୍ଧକ ରଖି ଏକ ସ୍କୁଟି କିଣିଥିଲେ। ଆଉ କିଛି ସୁନା ୨ଜଣ ଯୁବକଙ୍କୁ ବିକ୍ରି କରିଥିଲେ ଦୁର୍ବୃତ୍ତ। ଏନେଇ ଝିଅ ଘର ପରିବାର ଲୋକେ ରଘୁନାଥପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନ୍‌ଭିନ୍ କରି ଆଜି ୫ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି, ଲେବର ଟେନାମେଣ୍ଟ ଅଞ୍ଚଳର ଜୟନ୍ତ ଧଳ (୩୧) ଓରଫ୍ ଜେଡ଼ି, ଆମ୍ବେଦନଗର ଅଞ୍ଚଳର ରୋହିତ ନାୟକ (୨୩) ଓରଫ୍ ଗାଣ୍ଡୁ, ଦିନେଶ ହାରୋ (୨୨), ବିଶ୍ରା ଡାହାର ଅଞ୍ଚଳର କ୍ରିଷ୍ଣା ସାହୁ (୩୫), ବାସନ୍ତୀ କଲୋନି ଡିଏଲ୍ କ୍ବାର୍ଟର୍ସର ବିଜୟ ସୋନି (୪୨)। ସେମାନଙ୍କ ଠାରୁ ୩ଟି ସ୍ମାର୍ଟ ଫୋନ୍, ୨ଟି ସ୍ମାର୍ଟ ଘଣ୍ଟା, ୭୦ ଗ୍ରାମ୍ ସୁନା, ଏକ ଫ୍ୟାସିନୋ ସ୍କୁଟି ଓ ୨୫ ହଜାର ଟଙ୍କା ଜବତ କରିଛି ପୁଲିସ।

ପୁଲିସ ସୂଚନା ଅନୁଯାୟୀ, ଧାନବାଦର ଏକ ପରିବାର ଝିଅ ବାହାଘର ପାଇଁ ଚଳିତ ମାସ ୧୧/୧୨ ତାରିଖରେ ମହାରାଜା ଅଗ୍ରସେନ୍ ଭବନର ପ୍ରଥମ ମହଲାକୁ ବୁକିଂ କରିଥିଲେ। ବାହାଘରରେ ଅତିଥିମାନଙ୍କୁ ଚର୍ଚ୍ଚା କରିବା ପାଇଁ ଏକ ସଂସ୍ଥାକୁ ବରାଦ ଦିଆଯାଇଥିଲା। ସେହି ସଂସ୍ଥାରେ ଅଭିଯୁକ୍ତ କ୍ରିଷ୍ଣା ସାହୁ, ରୋହିତ ନାଏକ ଓ ଜୟନ୍ତ ଧଳ କାମ କରୁଥିଲେ। ୧୧ ତାରିଖ ରାତିରେ ବାହାଘର ଚାଲିଥିବାବେଳେ ୩ ଅଭିଯୁକ୍ତ ସୁଯୋଗ ପାଇ ରୁମ୍‌ରୁ ସୁନା ଅଳଙ୍କାର ଚୋରି କରିଥିଲେ। ସେଥିରୁ ସେମାନେ ୪ଟି ସୁନା ଚୁଡ଼ି, ୩ ହଳ କାନ ଫୁଲ, ସୁନା ଲକେଟ୍ ଓ ୨ଟି ସୁନା ମୁଦିକୁ ନେଇ ମଣିପୁରମ୍ ଗୋଲ୍ଡ ଫାଇନାନ୍ସରେ ବନ୍ଧା ପକାଇ କିଛି ଟଙ୍କା ଆଣିଥିଲେ। ସେହି ଟଙ୍କାରେ ଏକ ଫ୍ୟାସିନୋ (ଓଡ଼ି-୧୪-ଏସି-୨୧୧୨) ସ୍କୁଟି କିଣିଥିଲେ। ଆଉ କିଛି ସୁନାକୁ ଦିନେଶ ହାରୋ, ବିଜୟଙ୍କୁ ବିକ୍ରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe