ଚୋରି ହୋଇଥିବା ଶିବ ପାର୍ବତୀ ମୂର୍ତ୍ତି ଉଦ୍ଧାର

Advertisment
ଚୋରି ହୋଇଥିବା ଶିବ ପାର୍ବତୀ ମୂର୍ତ୍ତି ଉଦ୍ଧାର

କୋମନା: କୋମନା ବ୍ଲକ୍‌ ରଜନା ଗାଁସ୍ଥିତ ସୋମନାଥ ଶିବ ମନ୍ଦିରରୁ ଚୋରି ହୋଇଥିବା ଶିବ ପାର୍ବତୀ ମୂର୍ତ୍ତିକୁ କୋମନା ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ, ରାଜା ରାଜୁଡ଼ା ଅମଳର ମନ୍ଦିର ଭାଙ୍ଗିରୁଜି ଯାଇଥିବାରୁ ଗଛମୂଳରେ ଶିବ ପାର୍ବତୀଙ୍କ ମୂର୍ତ୍ତି ପୂଜା ପାଉଥିଲା। ଗତ କିଛିଦିନ ତଳେ ଏଠାରୁ ଶିବ ପାର୍ବତୀ ମୂର୍ତ୍ତି ଚୋରି ହୋଇଥିଲା।

ଏନେଇ କୋମନା ଥାନାରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି କୋମନା ଥାନା ଧଅଁରାଭଟା ଗାଁ ପାଖ ଏକ ଗଛମୂଳରୁ ଉକ୍ତ ମୂର୍ତ୍ତିକୁ ଉଦ୍ଧାର କରିଥିଲା। ପରେ ରଜନା ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ସମୟରେ ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ପୂର୍ବ ସରପଞ୍ଚ ବସୁଦେବ ପୋଢ଼, ଉପେନ୍ଦ୍ର ଚିନ୍ଦା, ଘାସିରାମ ଚିନ୍ଦା, ପ୍ରଭାତ ଚିନ୍ଦା, ଗଣ୍ତାରାମ ଶଗରିଆ, ଉଗ୍ରେସେନ ଶଗରିଆ, ରାମସିଂ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe