ଦୁର୍ଘଟଣାରେ ପ୍ରସ୍ତର ଶିଳ୍ପୀଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ପ୍ରସ୍ତର ଶିଳ୍ପୀଙ୍କ ମୃତ୍ୟୁ

ଚଣ୍ଡିଖୋଲ: ଓଳାଶୁଣୀ ରାସ୍ତାରେ ଆଜି ଦୁର୍ଘଟଣାରେ ଯୁବ ପ୍ରସ୍ତର ଶିଳ୍ପୀ ବଡ଼ଚଣା ବ୍ଲକ ପଲେଇ ପଞ୍ଚାୟତ ଶୁଖୁଆପଡ଼ା ଗ୍ରାମର ଗୁରୁଚରଣ ମହାରଣା (୩୮)ଙ୍କ ମୃତ୍ୟୁ ହୋଇଛି। ସେ ବାଇକ୍‌ ଯୋଗେ ଓଳାଶୁଣୀ ରାସ୍ତା ଦେଇ ନିଜ ଗ୍ରାମ ଶୁଖୁଆପଡ଼ାକୁ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ସେ ରାସ୍ତାକଡ଼ରେ ପଡ଼ିରହିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ବଡ଼ଚଣା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ପୁତୁରା ଶ୍ରୀକାନ୍ତ ମୁଖାଗ୍ନି ଦେଇଥିଲେ। ଗୁରୁଚରଣଙ୍କର ବିଧବା ପତ୍ନୀ ଓ ଦୁଇ ଛୋଟ ପୁଅଝିଅ ଅଛନ୍ତି। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe