ପାହାଡ଼ରୁ ପଥର ଖସି କେନାଲ୍‌ ଭାଙ୍ଗିଲା, ଚିନ୍ତାରେ ଚାଷୀ

Advertisment
ପାହାଡ଼ରୁ ପଥର ଖସି କେନାଲ୍‌ ଭାଙ୍ଗିଲା, ଚିନ୍ତାରେ ଚାଷୀ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟ୍ରୁ ପଞ୍ଚାୟତ ଦିଆଲବାହାଲି ଗାଁରେ ସଏଲ୍‌ କଞ୍ଜରଭେସନ୍‌ ପକ୍ଷରୁ ଚାଷୀଙ୍କ ପାଇଁ ବାରଗୁଡ଼ା ଡ୍ୟାମ୍‌ରୁ ଏକ କେନାଲ୍‌ ନିର୍ମାଣ ହୋଇଥିଲା। ଗତ ଲଘୁଚାପଜନିତ ବର୍ଷାରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିବାରୁ କେନାଲ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷ କାର୍ଯ୍ୟରେ ସମସ୍ୟା ହେବବୋଲି ଆଶଙ୍କା କରି ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି।

publive-image

କେନାଲ୍‌ ଯୋଗୁଁ ବାରଗୁଡା, ଦିଆଲବାହାଲି, ରଣରଣା, ସଲପାଙ୍ଗ, ଆଡ଼େସୁର, ତେନ୍ତୁଳିପଙ୍ଗା, ଆବାସନଗର ଆଦି ଗାଁର ଚାଷୀମାନେ ଉପକୃତ ହେଉଥିଲେ। ୨୦୦ରୁ ଊର୍ଦ୍ଧ୍ବ ଏକର ଜମିକୁ ପାଣି ମାଡୁଥିଲା। ଏନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe