ରତ୍ନସିଂହାସନ ପଦ୍ମପାଖୁଡାରୁ ପଥର ଗ‌ାଏବ ଘଟଣା : ଅଭିଯୋଗକାରୀ ଈପ୍‌ସିତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

Advertisment
ଆରମ୍ଭ ହେବ ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର କାମ

atlasobscura.com

ପୁରୀ : ମହାପ୍ରଭୁଙ୍କ ରତ୍ନ ସିଂହାସନରୁ ପଥର ଗାଏବ ହେବା ଘଟଣାକୁ ନେଇ ସେବକ ଈପସିତ୍ ପ୍ରତିହାରୀ ଅଭିଯୋଗ କରିବା ପରେ ଏହାକୁ ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ରତ୍ନ ସିଂହାସନ ପଦ୍ମ ପାଖୁଡାରୁ ପଥର ଗାଏବ ହେଲା, ତାକୁ ନେଇ ତଦନ୍ତ ଦାବି ମଧ୍ୟ ଉଠିଛି। ଏପରିସ୍ଥଳେ ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଅଭିଯୋଗକାରୀ ‌ସେବକ ଶ୍ରୀ ପ୍ରତିହାରୀଙ୍କୁ ଡାକି ଆଲୋଚନା କରିଛନ୍ତି। ତେବେ, ଶ୍ରୀ ପ୍ରତିହାରୀ କିନ୍ତୁ ନିଜର ମତ ବଦଳାଇ ନଥିବା କହିଛନ୍ତି। ସେ କହିଛନ୍ତି ଯେ, ‘ ପ୍ରଥମଦିନ ଯେଉଁ ଅଭିଯୋଗ କରିଥିଲେ, ଆଜି ବି ସମାନ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ରଖିଛନ୍ତି।’ ତେବେ, ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କମିଟି ଗଠନ କରିଥିବାବେଳେ ଏବଂ ଏଏସ୍‌ଆଇ ଏହାକୁ ଅସ୍ବୀକାର କରୁଥିବାବେଳେ ଜିଲ୍ଲାପାଳ ହଠାତ୍ ଅଭିଯୋଗକାରୀଙ୍କୁ କାହିଁକି ଡକାଇ ଆଲୋଚନା କ‌ଲେ, ତାକୁ ନେଇ ନାନା ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe