Stone throwing without a tp: 2 trucks seized with chips Photograph: (sambad.in)
ରାଉରକେଲା/ବେଦବ୍ୟାସ,: ନିୟମିତ ଏନ୍ଫୋର୍ସମେଣ୍ଟ ଟିମ୍ ଚଢ଼ଉ ସତ୍ତ୍ବେ ବାଲି ଓ ପଥର ଚୋରା ଚାଲାଣ ଚାଲିଛି । ଯାହାର ଟେର୍ ଏନ୍ଫୋର୍ସମେଣ୍ଟ ଅଧିକାରୀ ପାଉନାହାନ୍ତି । କେବଳ ଲାଠିକଟା ଗୋଟିଧର ନୁହେଁ, ଅନ୍ୟ ପଥର ଖାଦାନରୁ ବିନା ଟିପ୍ରେ ଚିପ୍ସ୍ ଚାଲାଣ ହେଉଛି।
କଲୁଙ୍ଗା ଫାଣ୍ଡି ପୁଲିସ ପେଟ୍ରୋଲିଂ ବେଳେ ଗୋଟିଧରରୁ ରାଉରକେଲା ଚାଲାଣ ହେଉଥିବା ଦୁଇ ଚିପ୍ସ ବୋଝେଇ ହାଇୱା ଜବତ କରିଛି।
ତୁମ୍ରନ୍ ଛକ ନିକଟରେ ରାଉରକେଲା ଯାଉଥିବା ଦୁଇଟି ଚିପ୍ସ୍ ବୋଝେଇ ହାଇୱାକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ଯାଞ୍ଚରୁ ବିନା ଟିପି (ଟ୍ରାନ୍ଜିଟ୍ ପାସ୍) ଚିପ୍ସ ଚାଲାଣ ହେଉଥିବାରୁ ଗାଡ଼ି ଦୁଇଟିକୁ ଜବତ କରିଥିଲା।
ଜବତ ଦୁଇଟି ହାଇୱା ହେଲା ଓଡି ୧୪ବି-୨୧୦୦, ଓଡ଼ି ୧୪ବି-୨୦୯୯। ଜିଲ୍ଲାର ଏମିତି ଅନେକ ପଥର ଖାଦାନରୁ ପଥର ଓ ଚିପ୍ସ ବିନା ଟିପିରେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ଅନୁମତି ମିଳି ନଥିବା ପଥର ଖାଦାନାରୁ ମଧ୍ୟ ପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି।
sundargarh | Crime
Follow Us