ଡାବୁଗାଁ :ଜଣେ ଶିଶୁ ହତ୍ୟାକାରୀ ପିତା ନିଜ ତିନି ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ପରି ଏକ ଜଘନ୍ୟ ହତ୍ୟାକାଣ୍ଡର ଖୁଲାସ କରିଛି ଛତିଶଗଡ ପୁଲିସ। ନବରଙ୍ଗପୁରଜିଲ୍ଲା ସୀମାନ୍ତ ଡାବୁଗାଁ ଥାନା ଅନ୍ତର୍ଗତ ସିଂସାରି ଫାଣ୍ଡି ନିକଟରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା।ମୃତ ଶିଶୁକୁ ସିଂସାରି ଫାଣ୍ଡି ଅନ୍ତର୍ଗତ ଓଲମାଗୁଡା ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀ ମଧ୍ୟରୁ ଡାବୁଗାଁ ପୁଲିସ ଶନିବାର ଉଦ୍ଧାର କରିଥିଲା।
ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟ କଣ୍ଡାଗାଁ ଜିଲ୍ଲା ପରସଗାଁ ଥାନା ଅନ୍ତର୍ଗତ ଗୁହାବରନ ଗ୍ରାମର ରୋହିତ ସେଠିଆଙ୍କ ତିନି ବର୍ଷର ପୁଅ ନିଖୋଜ ହୋଇଥିବା ନେଇ ଗତ ନଭେମ୍ବର ୨୨ ତାରିଖରେ ନିଖୋଜ ହୋଇଥିବା ନେଇ ପରସଗାଁ ଥାନାରେ ଅଭିଯୋଗ ହୋଇଥିଲା।
ଆହୁରି ପଢ଼ନ୍ତୁ:Young Man's Body Hanging: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପୁଲିସ ତଦନ୍ତ ଜାରି
ନିଜ ପୁଅକୁ ହତ୍ୟା କରିଥିବା ସ୍ବୀକାର
ଅଭିଯୋଗ ପ୍ରକାରେ ଛତିଶଗଡ଼ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ସବୁ ଦିଗକୁ ବିଚାର କରି ପୁଲିସ ଶିଶୁପୁତ୍ରଙ୍କର ବାପା ରୋହିତ ସେଠିଆଙ୍କ ଉପରେ ସନ୍ଦେହ ପ୍ରକାଶ କରି ଥାନାରେ ଆଣି ପଚରା ଉଚୁରା କରିବା ପରେ ରୋହିତ ନିଜ ପୁଅକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ନିଜର ଦୁଇ ସାଥୀ ସହ ତିନି ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାକୁ ଏକ ପଥରରେ ବାନ୍ଧି ସୀମାନ୍ତ ଜଙ୍ଗଲ ମଧ୍ୟରେ ଏକ ପୋଖରୀରେ ଫିଙ୍ଗି ଦେଇଥିବା କହିଥିଲେ।
ଶନିବାର ଦିନ ଛତିଶଗଡ଼ ପରସଗାଁ ଥାନା ପୁଲିସ, ଡାବୁଗାଁ ପୁଲିସ, ସିଂସାରି ବନ କର୍ମଚାରୀ ଓ ଉମରକୋଟ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସୀମାନ୍ତ ସିଂସାରି ଫାଣ୍ଡି ଓଲମାଗୁଡା ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀ ମଧ୍ୟରୁ ଅକ୍ଳାନ୍ତ ପରିଶ୍ରମ ପରେ ମୃତ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା।ନିଷ୍ପାପ ଶିଶୁର ଗୋଡ଼ ଛନ୍ଦି ଗାମୁଛା ବନ୍ଧା ଯାଇଥିବା ବେଳେ ବେକରେ ଗାମୁଛା ସହ ଏକ ପଥର ବନ୍ଧା ହୋଇଥିବା ଦେଖା ଦେଇଥିଲା।
ଆହୁରି ପଢ଼ନ୍ତୁ:Sports : ଜାତୀୟ ବ୍ୟାଡ୍ମିଣ୍ଟନ୍: ତନ୍ଭୀ ଉପବିଜେତା
ଏ ନେଇ ଡାବୁଗାଁ ଥାନାରେ କେସ ନମ୍ବର ୪୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସିଂସାରି ଫାଣ୍ଡି ଅଧିକାରୀ ହରିହର ଭତରା ଘଟଣାର ତଦନ୍ତ କରୁଥିବା ବେଳେ ତିନି ବର୍ଷର ଶିଶୁ ପୁତ୍ର ହତ୍ୟାକାରୀ ବାପାକୁ ଛତିଶଗଡ ପୁଲିସ ଗିରଫ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/28/stone-was-tied-around-the-childs-neck-with-a-cloth-and-thrown-into-a-pond-2025-12-28-20-02-35.jpg)