କୋର୍ଟ ହଲ୍‌ରେ ପଶି ପଥରମାଡ଼, ବୃଦ୍ଧ ଅଟକ: ପୂର୍ବରୁ ଏଭଳି କାଣ୍ଡ ଘଟାଇ ଗିରଫ ହୋଇଥିଲେ

Advertisment
କୋର୍ଟ ହଲ୍‌ରେ ପଶି ପଥରମାଡ଼, ବୃଦ୍ଧ ଅଟକ: ପୂର୍ବରୁ ଏଭଳି କାଣ୍ଡ ଘଟାଇ ଗିରଫ ହୋଇଥିଲେ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସ୍‌ଡି‌ଜେଏମ୍ କୋର୍ଟ ହଲ୍‌ରେ ଆଜି ସକାଳ ସାଢ଼େ ୧୦ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବୃଦ୍ଧ ହଠାତ୍ ହଲ୍ ଭିତରେ ପଶି ବ୍ୟାଗ୍ ଭିତରୁ ପଥର ବାହାର କରି କମ୍ପ୍ୟୁଟର୍‌କୁ ମାରିଥିଲେ। ଫଳରେ କମ୍ପ୍ୟୁଟର୍‌ଟି ନଷ୍ଟ ହୋଇ ଯାଇଥିଲା। ଏହାସହ ଅନ୍ୟାନ୍ୟ ଆସବାବପତ୍ର ଫିଙ୍ଗାଫୋପଡ଼ା କରିଥିଲେ। ତେବେ ସେଠାରେ ଉପସ୍ଥିତ ବେଞ୍ଚ୍ କିରାଣି ଏବଂ ଅନ୍ୟମାନେ ତୁରନ୍ତ ଛତ୍ରପୁର ପୁଲିସକୁ ସୂଚନା ଦେଇଥିଲେ। ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶ ଓ ଏସ୍‌ଆଇ ଲକ୍ଷ୍ମୀପ୍ରିୟା ମଲ୍ଲିକ ସଦଳବଳେ ପହଞ୍ଚି ସୁବାସଙ୍କୁ କାବୁ କରିନେଇଥିଲେ। ଏନେଇ ଛତ୍ରପୁର ଥାନାରେ କେସ୍ ନମ୍ବର ୬୯୫ ଅନୁସାରେ ମାମଲା ରୁଜୁ ସହ ସୁବାସଙ୍କୁ ଅଟକ ରଖାଯାଇଛି।

ତେବେ ସୁବାସ କାହିଁକି ଏଭଳି କାଣ୍ଡ ଘଟାଇଥିଲେ, ଏ ନେଇ ତଦନ୍ତ ଜାରି ରହିଛି। ସୁବାସ ବହୁବର୍ଷ ହେଲା ଛତ୍ରପୁରର ବିଭିନ୍ନ ହୋଟେଲ୍‌ରେ କାମ କରୁଛନ୍ତି। ଏହାପୂର୍ବରୁ ମଧ୍ୟ କିଛିବର୍ଷ ତଳେ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ସୁବାସ ଦୁର୍ବ୍ୟବହାର କରି ଗିରଫ ହୋଇଥିଲେ। ସେହିପରି ପୋଷ୍ଟାଲ୍ ଏଟିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋ‌ଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ପରେ କୋର୍ଟ ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe