ସମ୍ବଲପୁର : ଫ୍ଲିପ୍କାର୍ଟରୁ ଏକ ମୋବାଇଲ ଫୋନ୍ ମଗାଇ ଥିଲେ। ଆଜି ପାର୍ସଲ ଆସିଲା। ୧୯ ହଜାର ୫୦୦ ଟଙ୍କା ଦେଇ ପାର୍ସଲ ରଖିଲେ। ଘର ଭିତରକୁ ଯାଇ ପାର୍ସଲ ଖୋଲିବା ବେଳକୁ ମୋବାଇଲ ଫୋନ୍ ବଦଳରେ ଏକ ପଥର ଖଣ୍ଡ ବାହାରିଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ହରିଶ ସାହୁ ଆଜି ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି। ବରଗଡ଼ ଜିଲ୍ଲା ପାଟକୁଲୁଣ୍ଡା ଗାଁ ମୂଳନିବାସୀ ହରିଶ ଏବେ ସମ୍ବଲପୁର ଫାଟକ ନିକଟରେ ରହୁଛନ୍ତି। ତାଙ୍କ ଅଭିଯୋଗକ୍ରମେ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ମୋବାଇଲ ବଦଳରେ ପାର୍ସଲରେ ଆସିଲା ପଥର
Advertisment
Follow Us