ଚାଇଲ୍ଡ ଲାଇନ୍ ପକ୍ଷରୁ ଚଢ଼ଉ, ବନ୍ଦ ହେଲା ବାଲ୍ୟ ବିବାହ

ଚାଇଲ୍ଡ ଲାଇନ୍ ପକ୍ଷରୁ ଚଢ଼ଉ, ବନ୍ଦ ହେଲା ବାଲ୍ୟ ବିବାହ

ଦଶପଲ୍ଲା: ଚାଇଲ୍ଡ ଲାଇନ୍ ପକ୍ଷରୁ ଚଢ଼ଉ କରାଯାଇ ଆଜି ଦଶପଲ୍ଲା ଅଂଚଳରୁ ଏକ ବାଲ୍ୟ ବିବାହକୁ ବନ୍ଦ କରାଯାଇଛି। ଝିଅଟିର ବୟସ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ବାପା ମା’ ନୂଆଗାଁ ବ୍ଲକ୍‌ ଗୋହରିପାଜୁ ଗ୍ରାମର ଶ୍ରୀଧର ନାୟକଙ୍କ ପୁଅ ଅଜୁ ନାୟକଙ୍କ ସହିତ ବିବାହ ଠିକ୍ କରିଥିଲେ। ଆସନ୍ତାକାଲି ପୁଅ ଘର ଲୋକ ଝିଅକୁ ନିଜ ଗ୍ରାମକୁ ନେଇ ମନ୍ଦିରରେ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଆଜି ଏ ନେଇ ଝିଅ ନିଜ ମାମୁଙ୍କ ଘରକୁ ପିଠାଖାଇ ଯାଇଥିଲେ। ଖବରପାଇ ଚାଇଲ୍ଡଲାଇନ୍ ସଦସ୍ୟ ଚନ୍ଦ୍ରଶେଖର ବେହେରା, ସ୍ବର୍ଣ୍ଣଲତା ଜେନା, ଦଶପଲ୍ଲା ଥାନା ଏସ୍‌ଆଇ ସୁବାସ ଚମ୍ପତ୍ତି ଏବଂ ଆଇସିଡିଏସ୍‌ ସୁପରଭାଇଜର୍ ସ୍ବାଗତିକା ସାଗର ତନୟା ପ୍ରମୁଖ ଚଢ଼ଉ କରିଥିଲେ। ବାଲ୍ୟ ବିବାହ ବନ୍ଦ ପାଇଁ ପରିବାର ସହିତ ଆଲୋଚନା ପରେ ଚୁକ୍ତିନାମା ହୋଇଥିଲା। ଏହାପରେ ଚାଇଲ୍ଡ ଲାଇନ୍‌ର ସଦସ୍ୟମାନେ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଥିବା ବେଳେ ନୟାଗଡ଼ସ୍ଥିତ ୱାନ୍ ଷ୍ଟପ୍ ସେଣ୍ଟର୍‌ରେ ୧୦ ଦିନ ପାଇଁ ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe