‘ଡ୍ୟାମେଜ୍‌ କଣ୍ଟ୍ରୋଲ୍‌’ ନାଁରେ ମୋଦୀ ସରକାର ପ୍ରହସନ ବନ୍ଦ କରନ୍ତୁ : ନିରଞ୍ଜନ

Advertisment
ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତବାସୀଙ୍କୁ ମାଗଣା କରୋନା ଟିକା ଓ ମାଗଣା ଚାଉଳ ଦେବାକୁ ଘୋଷଣା କରିଛନ୍ତି। ଏହା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ତିନିଟି ପଦକ୍ଷେପକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ‘ଡ୍ୟାମେଜ୍‌ କଣ୍ଟ୍ରୋଲ୍‌’ ପାଇଁ ପଦକ୍ଷେପ ବୋଲି କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସାରା ପୃଥିବୀରେ ଭାରତବର୍ଷ କରୋନା ସଂକ୍ରମଣରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ସୁପ୍ରିମକୋର୍ଟ ଅତି କଟୁ ମନ୍ତବ୍ୟ ଦେଇ ତାଗିଦ କଲେ। ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଦୃଢ଼ ଦାବି କରିବା ପ‌େର ମୋଦୀ ସରକାର ବାଧ୍ୟ ହୋଇ ନିଜ ଭାବମୂର୍ତ୍ତି ବଞ୍ଚାଇବାକୁ ୧୮ରୁ ୪୪ ବର୍ଷର ଲୋକମାନଙ୍କର ଟିକାକରଣର ଦାୟିତ୍ୱ ନେଲେ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ୬ ମାସ ପାଇଁ ଖାଦ୍ୟଶସ୍ୟ ବା ରାସନ ଯୋଗାଇ ଦେଇଛନ୍ତି ବୋଲି ସାରା ଦେଶରେ ଡିଣ୍ଡିମ ପିଟୁଛନ୍ତି। ଓଡ଼ିଶାରେ ୩ କୋଟି ୨୬ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ମାସକୁ ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳିବ, ଯାହାର ମୂଲ୍ୟ ୧୮୫ ଟଙ୍କା ମାନେ ହିସାବ କଲେ ଦିନକୁ ୬ଟଙ୍କା ୧୬ ପଇସାର ସାହାଯ୍ୟ ମିଳୁଛି । ବର୍ତମାନ କରୋନା ମହାମାରୀ ସମୟରେ ୬ଟଙ୍କା ୧୬ ପଇସା ସାହାଯ୍ୟରେ ଜଣେ ବ୍ୟକ୍ତି କିଭଳି ବଞ୍ଚିପାରିବ ତାହା ସମସ୍ତେ ଅନୁଭବ କରିବା ଉଚିତ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ୩ଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଅନେକ ଚାଷୀ ସଂଗଠନ ଦୀର୍ଘ ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ମୃତ୍ୟୁବରଣ କଲେଣି । ସରକାର ତାଙ୍କ କଥାକୁ କର୍ଣ୍ଣପାତ କରୁ ନାହାନ୍ତି। ଏବେ କରୋନା ମହାମାରୀ ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛ ୭୨ ଟଙ୍କା ବୃଦ୍ଧି କରିବା ବୃଦ୍ଧି କରିବା ସମୁଦ୍ରକୁ ଶଙ୍ଖେ। ଅତ୍ୟାବଶ୍ୟକ ସାମଗ୍ରୀର ଦାମ ୪୦% ବୃଦ୍ଧି ପାଇଛି। ଏପରି ସ୍ଥିତିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରି ଚାଷୀଙ୍କ ସମସ୍ୟାର ସମଧାନ ହୋଇପାରିବ କି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ଏସବୁ ଲୋକଙ୍କୁ ସାହାଯ୍ୟ ନୁହେଁ, ବରଂ ଅପମାନିତ କରିବା ପାଇଁ ସୁଚିନ୍ତିତ ଯୋଜନା। ମୋଦୀ ସରକାର ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ପାଇଁ ପ୍ରହସନ ବନ୍ଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe