ଅକ୍ଟୋବର ୨ରୁ ୧୬ ଯାଏ ମଦ ବିକ୍ରି ବନ୍ଦ କର: ମୋନା

Advertisment
ଅକ୍ଟୋବର ୨ରୁ ୧୬ ଯାଏ ମଦ ବିକ୍ରି ବନ୍ଦ କର: ମୋନା

ଭୂବନେଶ୍ବର : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କମିଟି ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକ୍ଟୋ‌ବର ୨ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମତିଥିରୁ ୧୬ ତାରିଖ ଯାଏ ଭୁବନେଶ୍ୱର ସହରରେ ଥିବା ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଏଥିସହ ମଦକୁ ରାଜ୍ୟରୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଓଡ଼ିଶା ନିଶା ନିବାରଣ ଆଇନ ୧୯୫୬କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି। ଏଥିରେ ଖଗେଶ୍ୱର ବଳ, ଇନ୍ଦୁମତୀ ସାହୁ, ମଳୟ ତ୍ରିପାଠୀ, ଦୁର୍ଗାପ୍ରସାଦ ସାହୁ, ଶୁଭେନ୍ଦୁ ରାଉତରାୟ, ସଞ୍ଜୟ ପରିଡ଼ା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe