୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ପେନ୍‌ସନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment

୨ ଆରଆଇଙ୍କୁ ବାଧ୍ୟତାମୂଳକ ଅବସର

୨ ଆରଆଇଙ୍କୁ ବାଧ୍ୟତାମୂଳକ ଅବସର

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା : ୬୨ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

File Photo

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ସହ ସେମାନଙ୍କ ପେନ୍‌ସନ ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବହିଷ୍କୃତ ହୋଇଥିବା ଛଅ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଓବିସିସିର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ପରିଚାଳନା ନିଦ୍ଦେର୍ଶକ ସୁଧିର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ସବ୍‌ ଡିଭିଜନର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁର ରାସ୍ତା ଓ ଗୃହନିର୍ମାଣ ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି।

ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଜଣ ଅଧିକାରୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଦୁଇ ଜଣ ଅଧିକାରୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍‌ସପେକ୍ଟର(ଆରଆଇ) ଇଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍‌ସପେକ୍ଟର ଅରୁଣ କୁମାର ପୁରୋହିତ।

ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ୧୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe