ଆନ୍ଧ୍ର ମୁହାଁ ଅବପାତ, ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

Advertisment

ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

ରାଜ୍ୟ‌ରେ ୨୨ ଯାଏ ବର୍ଷା, ଶେଷ ସପ୍ତାହରୁ ଅନୁଭୂତ ହେବ ଗରମ

photo by : skymetweather.com

ଭୁବନେଶ୍ବର: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟ‌ରେ ଏହା ଅବପାତରେ ପରିଣତ ହେବେ। ଏହାର ୨୪ ଘଣ୍ଟା ପରେ ଅର୍ଥାତ୍‌ ୧୩ ତାରିଖ ସନ୍ଧ୍ୟା ବେଳକୁ ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଅଭିମୁଖେ ଅଗ୍ରସର ହେବ। ୧୪ ତାରିଖ ରାତି କିମ୍ବା ୧୫ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ। ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ଝଡ଼ବର୍ଷକୁ ଦୃଷ୍ଟିରେ ରଖି ଆଜି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ରାଜ୍ୟର ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ଯେ ଅବପାତ ଯୋଗୁଁ ପବନର ବେଗ ଧୀରେ ଧୀରେ ବଢ଼ିବ। ୧୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ୧୩ ଓ ୧୪ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ୬୫ରୁ ୭୫ କିମି‌ରେ ପହଞ୍ଚିବ। ୧୫ ତାରିଖରେ ସ୍ଥଳ ଭାଗ ଛୁଇଁବା‌ ସମୟରେ ପବନର ବେଗ ୫୦ରୁ ୭୦ କିମି ରହିବ। ଏହି ସମୟରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବ। ପ୍ରତିଦିନ ୬୪.୫ ମିମିରୁ ୧୧୫.୫ ମିମି ବର୍ଷା ହେବ। ତେଣୁ ବୁଧବାରଠାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ସ୍ଥଳ ଭାଗ ଛୁଇଁବା ପରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ‌ହେବ। ଗଞ୍ଜାମ, ନୟାଗଡ଼, ଗଜପତି, କୋରାପୁଟ ସମେତ ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ବର୍ଷା ହେବ। ସେଭଳି ପବନ ହେବ ନାହିଁ। ଗଭୀର ଅବପାତ ‌ରୂପ ନେବା ପରେ ଯଦି ଗତିପଥ ପରିବର୍ତନ କରିବ ତେବେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବୁଧବାର ପୂର୍ବାହ୍ଣ ସୁଦ୍ଧା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୧୨ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ହାଲକା ବର୍ଷା ହୋଇଛି। ବରଗଡ଼ ଓ ନବରଙ୍ଗପୁରର ଗୋଟିଏ ଲେଖାଏ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ଏପାଖସେପାଖ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe