ଆମପାଣି ଅଞ୍ଚଳରେ ବର୍ଷା ଓ କରାମାଡ଼; ଗଛ ଭାଙ୍ଗିଲା, ପରିବା ଚାଷ ନଷ୍ଟ

Advertisment
ଆମପାଣି ଅଞ୍ଚଳରେ ବର୍ଷା ଓ କରାମାଡ଼; ଗଛ ଭାଙ୍ଗିଲା, ପରିବା ଚାଷ ନଷ୍ଟ

କୋକସରା : ପଶ୍ଚିମା ଝଡ଼ ପ୍ରଭାବରେ ଗତକିଛି ଦିନ ହେବ କୋକସରା ବ୍ଲକ୍‌ ଅଞ୍ଚଳରେ ଅପରାହ୍ନରେ ଝଡ଼ ତୋଫାନ ସହ ବର୍ଷା ଲାଗି ରହିଛି। ଗୁରୁବାର ଅପରାହ୍ନରେ ବ୍ଲକ୍‌ର ଆମପାଣି, ବଡ଼ ପୋଡ଼ାଗୁଡା, ବରାଡୋଙ୍ଗା ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ ସହ ବର୍ଷା ଓ କରାମାଡ଼ ହୋଇଛି। ଆମପାଣି ଦେଇ ଯାଇଥିବା ଜାତୀୟ ରାଜପଥରେ ଥିବା ବଡ଼ ବଡ଼ ଗଛର ଡାଳପତ୍ର ଭାଙ୍ଗିଯିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏମିତି କରାମାଡ଼ ବିଗତ କିଛ ବର୍ଷ ମଧ୍ୟରେ କେବେ ହୋଇନଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।

publive-image

ଅନ୍ୟପକ୍ଷରେ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କେତୁଚନ୍ଦ୍ର ମାଝୀ, ଅଖିଳ ମାଝୀ, ଅଭିନ ମାଝୀ, ଋଷିମଣି ମାଝୀ, କୁମଚନ୍ଦ୍ର ମାଝୀଙ୍କ ଘର କରାମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଅଭିଯୋଗ କରିଛନ୍ତି। ସେହିପରି ପାତ୍ରବସା ଗ୍ରାମର ୫୦ରୁ ଅଧିକ ଚାଷୀଙ୍କ  ପନିପରିବା ଚାଷ ନଷ୍ଟ ହୋଇଛି। ପାତ୍ରବସା ଗ୍ରାମରେ ପ୍ରବଳ କରାମାଡ଼ ଯୋଗୁଁ ନକୁଳ ଠାକୁରଙ୍କ ଘର ଛପର ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe