୧୦ ବର୍ଷ ବାଳକର ଲୋମଟାଙ୍କୁରା କାହାଣୀ...: ୧୦ ଜଣଙ୍କ ତଳେ ଚାପି ହୋଇଯାଇଥିଲି

Advertisment
୧୦ ବର୍ଷ ବାଳକର ଲୋମଟାଙ୍କୁରା କାହାଣୀ...: ୧୦ ଜଣଙ୍କ ତଳେ ଚାପି ହୋଇଯାଇଥିଲି

ବାହନଗା: ମୁଁ, ମୋ ବାପା, ମା', ଭାଇ ବାହାରକୁ ଛିଟିକି ପଡ଼ିଲୁ। ମୋ ମା' ଟ୍ରେନ୍‌ଲାଇନର ପଡ଼ିଗଲେ। ମୁଁ ରେଳ ଧାରଣା ବାହାରେ ପଡ଼ିଗଲି। ମୋ ଡାହାଣ ଗୋଡ଼ ଉପରେ ପାଖାପାଖି ୧୦ ଜଣ ଯାତ୍ରୀ ଛିଟିକି ପଡ଼ିଥିଲେ। ସେମାନେ ସମସ୍ତେ ମରି ଯାଇଥିଲେ। ଶବ ତଳେ ଚାପି ହୋଇ ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ରହିଥିଲା। ବଡ଼ ଭାଇ ଦେବାଶିଷ ପାତ୍ର(ଦଶମ ଶ୍ରେଣୀର ଛାତ୍ର) ମୋ ଉପରୁ ସେମାନଙ୍କୁ କାଢ଼ିଲା। ମତେ ନେଇ ମା' ପାଖରେ ଛାଡ଼ିଲା... ଏଭଳି ଲୋମଟାଙ୍କୁରା ଅନୁଭୂତି ସାଉଁଟିଥିବା ବାଳକ ହେଉଛି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ବାଳକ ଦେବାଶିଷ ପାତ୍ର। ବାଲେଶ୍ବର ଭୋଗରାଇ ନାଫରାଇର ନିଳାମ୍ବରଙ୍କ ସାନ ପୁଅ ଦେବାଶିଷ ଏବେ କଟକ ବଡ଼ ଡାକ୍ତରଖାନାର ସର୍ଜରି ଵାର୍ଡରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ନିଳାମ୍ବର ବି ଏଠାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ମା’ ଓ ବଡ ଭାଇ ବାଲେଶ୍ବର ହସ୍ପିଟାଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe