Strange education system: ରାଜ୍ୟରେ ଅଜବ ଶିକ୍ଷା ବ୍ୟବସ୍ଥା: ଏଯାଏଁ ସରୁନି ନାମଲେଖା, ସ୍ନାତକର ସାଢ଼େ ତିନି ମାସର ପାଠପଢ଼ା ସରିଲାଣି

Advertisment

ଏପ୍ରିଲ ମାସରୁ ହୋଇଥିଲା ଯୁକ୍ତ୩ ତଥା ସ୍ନାତକ ନାମଲେଖା। ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ଆରମ୍ଭ ହୋଇଯାଇଥିଲା। କୁହାଯାଇଥିଲା ୨୦୨୫ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଶିକ୍ଷାବର୍ଷ ଆଗୁଆ ଆରମ୍ଭ ହେଉଛି।

ଏପ୍ରିଲ ମାସରୁ ହୋଇଥିଲା ଯୁକ୍ତ୩ ତଥା ସ୍ନାତକ ନାମଲେଖା। ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ଆରମ୍ଭ ହୋଇଯାଇଥିଲା। କୁହାଯାଇଥିଲା ୨୦୨୫ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଶିକ୍ଷାବର୍ଷ ଆଗୁଆ ଆରମ୍ଭ ହେଉଛି।

admission

Photograph: (Dr.N.G.P. Arts and Science College)

ଭୁବନେଶ୍ବର: ଏପ୍ରିଲ ମାସରୁ ହୋଇଥିଲା ଯୁକ୍ତ୩ ତଥା ସ୍ନାତକ ନାମଲେଖା। ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ଆରମ୍ଭ ହୋଇଯାଇଥିଲା। କୁହାଯାଇଥିଲା ୨୦୨୫ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଶିକ୍ଷାବର୍ଷ ଆଗୁଆ ଆରମ୍ଭ ହେଉଛି। ନିର୍ବାଚନ ଦ୍ବାରା ପିଲାଙ୍କ ପାଠପଢ଼ାରେ କୌଣସି ପ୍ରତିବନ୍ଧକ ଉପୁଜିବ ନାହିଁ। ଧାର୍ଯ୍ୟ ସମୟରେ ପାଠପଢ଼ା ସହ ଫର୍ମ ପୂରଣ, ପରୀକ୍ଷା ପରିଚାଳନା, ଫଳ ପ୍ରକାଶ ପାଇବ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ସିଟ୍‌ ପୂରଣ ହେଉନି କି ନାମଲେଖା ପ୍ରକ୍ରିୟା ସରୁନି। ବରଂ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନୂତନ ଭାବେ ନାମ ଲେଖାଉଥିବା ପିଲାମାନେ କେବେ ପଢ଼ିବେ ଓ କେମିତି ପରୀକ୍ଷା ଦେବେ ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଶିକ୍ଷାବର୍ଷ ଅନୁଯାୟୀ ଡିସେମ୍ବର ମାସ ମଧ୍ୟରେ ପ୍ରଥମ ସେମିଷ୍ଟର ପରୀକ୍ଷା ହେବା କଥା। ସେହି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାବର୍ଷ ଆରମ୍ଭରୁ ପଢ଼ୁଛନ୍ତି ସେମାନେ ପରୀକ୍ଷା ଦେବେ ଏବଂ ଭଲ ଫଳ କରିବେ। ଏବେ ‌ଯେଉଁମାନେ ନାମ ଲେଖାଉଛନ୍ତି ସେମାନଙ୍କ ପାଠପଢ଼ା କେବେ ହେବ? ପୁରୁଣା ପାଠକୁ ସେମାନେ କିଭଳି ପଢ଼ିପାରିବେ? ଛାତ୍ର ସଂସଦ ନିର୍ବାଚନ ‌ତ ହେଲା ନାହିଁ। ଏହାରି ଭିତରେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା, ସ୍ବଚ୍ଛତା ପକ୍ଷ ପାଳନ, କ୍ରୀଡ଼ା ପ୍ରତିଯୋଗିତା, ଆଲୋଚନାଚକ୍ର, କର୍ମଶାଳା ପରି କାର୍ଯ୍ୟକ୍ରମ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଗୋଟିଏ ପଟେ ନାମଲେଖା ସରୁ ନ ଥିବା ବେଳେ ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ସାଙ୍ଗକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କିଭଳି କରାଯିବ ସେନେଇ କଲେଜ ଅଧ୍ୟକ୍ଷମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସ୍ନାତକର ସାଢ଼େ ତିନି ମାସର ପାଠପଢ଼ା ସରିଲାଣି
ପିଜି, ବିଏଡ୍‌, ଏମ୍‌ଏଡ୍‌, ଏଲ୍‌ଏଲ୍‌ବି ମଧ୍ୟ ତଦ୍ରୂପ୍‌
ଯୁକ୍ତ୨ ନାମଲେଖା ଅପେକ୍ଷାରେ ୧୦ ହଜାର ପିଲା

ୟୁଜି(ସ୍ନାତକ) ନାମଲେଖା ପାଇଁ ଏପ୍ରିଲ ୧୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ୨୦ ପର୍ଯ୍ୟନ୍ତ ଚାଲିଥିଲା। ଏକାଧିକ ରାଉଣ୍ଡରେ ହୋଇଥିବା ନାମଲେଖା ପ୍ରକ୍ରିୟା ଏତେ ଜଟିଳ ଥିଲା ଯେ ସ୍ଲାଇଡ୍‌, ପ୍ରିଜ୍‌, ଫ୍ଲୋଟ୍‌, ସାମ୍‌ସ ଷ୍ଟୁଡେଣ୍ଟ ଆକାଉଣ୍ଟ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ ପେମେଣ୍ଟ ପରି ବ୍ୟବସ୍ଥା ସମ୍ପର୍କରେ ବୁଝିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଜୁନ୍‌ ୧୨ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ ୩ଟି ରାଉଣ୍ଡରେ  ନାମଲେଖା ‌ଶେଷ  ସହ ଜୁଲାଇ ୧୦ରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ଏହାର ଦେଢ଼ ମାସ ପରେ ଅଗଷ୍ଟ ୨୩ରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହାକି ସେପ୍ଟେମ୍ବର ୨୨ରେ ସରିଥିଲା। ତା’ପରେ ମଧ୍ୟ ସିଟ୍‌ ପୂରଣ ହେଲା ନାହିଁ କି ପିଲାଙ୍କ ନାମଲେଖା ସରିଲା ନାହିଁ। ତେଣୁ ଅକ୍ଟୋବର ୧୫ରୁ ତୃତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି, ଯହାକି ୩୧ ତାରିଖରେ ଶେଷ ହେବ।

କେବଳ ଯେ ସ୍ନାତକରେ ଏମିତି ହୋଇଛି ତାହା ନୁହେଁ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି(ସ୍ନାତକୋତ୍ତର), ବିଏଡ୍‌, ଇଣ୍ଟିଗ୍ରେଟେଡ୍‌ ବିଏଡ୍‌, ଏମ୍‌ଏଡ୍‌, ଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ମଧ୍ୟ ଏପର୍ଯ୍ୟନ୍ତ ନାମଲେଖା ଶେଷ ହୋଇ ନ ଥିବାରୁ ଆଗକୁ ହେବାକୁ ଥିବା ପରୀକ୍ଷାରେ ଛାତ୍ରଛାତ୍ରୀ କିଭଳି ଅଂଶଗ୍ରହଣ କରିବେ ସେନେଇ ପ୍ରଶ୍ନ ଉଠିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଅବସ୍ଥା ମଧ୍ୟ ତଦ୍ରୁପ୍‌। ଫେବ୍ରୁଆରିରେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ନାମଲେଖା ସରିନି। ପୁଣିଥରେ ନାମଲେଖା ପାଇଁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ତାଲିକା ଏବେ ପ୍ରକାଶ ପାଇଛି। ଏହା ଦ୍ବାରା ପିଲାମାନେ ଯେ କେବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ନୂଆ ପିଲା ଆସିଲେ ପାଠପଢ଼ା ମଧ୍ୟ ବାରମ୍ବାର ପ୍ରଭାବିତ ହେଉଥିବା କେତେକ କଲେଜ ଅଧ୍ୟକ୍ଷ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe