ଅବକାରୀ ବିଭାଗର ଅଜବ ନୀତି: ଲାଇସେନ୍ସ ନବୀକରଣ ପାଇଁ ଦରକାର ଘର ପ୍ଲାନ୍, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍

Advertisment
ଆସିଲା ନୂଆ ଅବକାରୀ ନୀତି; ଖୋଲିବନି ନୂଆ ଦୋକାନ, ମହଙ୍ଗା ହେବ ମଦ

Amar Ujala

ଭୁବନେଶ୍ବର : ମାର୍ଚ୍ଚ ୩୧ ପୂର୍ବରୁ ରାଜ୍ୟର ବିଭିନ୍ନ ମଦ ଦୋକାନ, ବାର୍‌, ମଦ ପରଷୁଥିବା ହୋଟେଲ, ରେସ୍ତୋରାଁ, କ୍ଲବ ଆଦି ଲାଇସେନ୍ସ ନବୀକରଣ କରିବାକୁ କୁହାଯାଇଛି। ହେଲେ ଅବକାରୀ ବିଭାଗ ଏଥର ଅଜବ ନିୟମ କରିଛି। ପୂର୍ବରୁ ଦିଆଯାଉଥିବା ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଏଥର ମଦ ବିକ୍ରି ହେଉଥିବା କୋଠାର ଅନୁ‌େମାଦିତ ପ୍ଲାନ୍ ଏବଂ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦାଖଲ କରିବାକୁ କୁହାଯାଇଥିବାରୁ ବହୁ ହୋଟେଲ, ବାର୍‌ ବ୍ୟବସାୟୀ ଅକଳରେ ପଡ଼ିଯାଇଛନ୍ତି। ବାର୍‌ ଆଣ୍ଡ ରେସ୍ତୋରାଁ ଆସୋସିଏନ୍‌ର କହିବାନୁଯାୟୀ, ମାର୍ଚ୍ଚ ୩୧ ପୂର୍ବରୁ ଲାଇସେନ୍ସ ନବୀକରଣ କରାଯିବା କଥା। ମାର୍ଚ୍ଚ ୨୩ରେ ଅବକାରୀ ବିଭାଗ ବହୁ ଡକ୍ୟୁମେଣ୍ଟ ମାଗିଛି। ଏପରିକି ମଦ ବିକ୍ରି, ଉଠାଣ ନେଇ ଯେଉଁ ସବୁ ଡକ୍ୟୁମେଣ୍ଟର ଆଦୌ ନେଣଦେଣ ‌ନାହିଁ ସେଗୁଡ଼ିକ ନଦେଲେ ଲାଇସେନ୍ସ ନବୀକରଣ କରାଯିବନି ବୋଲି କୁହାଯାଉଛି।

ଯେଉଁ କୋଠାରେ ମଦ ବିକ୍ରି ପାଇଁ ଲାଇସେନ୍ସ ନବୀକରଣ କରାଯାଉଛି ‌ତା’ର ଅନୁମୋଦିତ ବିଲଡିଂ ପ୍ଲାନ୍ ଦରକାର। ରାଜ୍ୟର ପ୍ରାୟ ୭୫%ରୁ ଅଧିକ ହୋଟେଲ, ଦୋକାନ, ବାର୍‌ ଆଦି ଭଡ଼ାରେ ଚାଲୁଥିବାରୁ ଉକ୍ତ କୋଠାଗୁଡ଼ିକର ମାଲିକମାନେ ଏହାକୁ ଦେଉନାହାନ୍ତି। ଲାଇସେନ୍ସ ନେବା ବେଳେ ଘର ମାଲିକ ସହ ହୋଇଥିବା ଚୁକ୍ତିନାମା ଦେଇଥିଲୁ। ଏହାପରେ ଆମେ ଉକ୍ତ କୋଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇଣ୍ଟେରିୟର କାମ କରିଛୁ। ଏବେ ଅନୁମୋଦିତ ବିଲଡିଂ ପ୍ଲାନ୍ ନଥିଲେ କ’ଣ ଆମେ ଆଉ କୋଠାକୁ ‌ବାର୍‌ ସ୍ଥାନାନ୍ତର କରିବୁ ? ନା ଆମେ ବ୍ୟବସାୟ ବନ୍ଦ କରିଦେବୁ? ବିଲଡିଂ ପ୍ଲାନ୍ ଯାଞ୍ଚ କାମ ଉନ୍ନୟନ କର୍ତ୍ତୃପକ୍ଷଙ୍କର। ଅବକାରୀ ବିଭାଗ ଏହାକୁ କେଉଁ ଉଦ୍ଦେଶ୍ୟରେ ମାଗୁଛି ଜଣାପଡ଼ୁନି।

ସେହିପରି ଲାଇସେନ୍ସ ଦେବାବେଳେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମାଗିଥିଲେ ଯେଉଁ ଘରେ ଏହି ସୁବିଧା ଥା’ନ୍ତା ତାହାକୁ ଆମେ ଭଡ଼ାରେ ନେଇଥାନ୍ତୁ। ହେଲେ ଏବେ ଲାଇସେନ୍ସ ନବୀକରଣକୁ ସପ୍ତାହେ ବି ସମୟ ନାହି୍‌ଁ। ଏସବୁ କେଉଁଠୁ ଆସିବ? ପୂର୍ବରୁ ସିକ୍ୟୁରିଟି ପାଇଁ ସଲ୍‌ଭେନ୍ସି ସାର୍ଟିଫିକେଟ୍ ଦିଆଯାଉଥିବାବେଳେ ଏବେ ବ୍ୟାଙ୍କ ଗ୍ୟାରେଣ୍ଟି ମଗାଯାଇଛି। ହେଲେ ମାର୍ଚ୍ଚ ମାସ ଶେଷ ହେଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ଗ୍ୟାରେଣ୍ଟି କରିବାକୁ ମନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ବାର୍‌ ଓ ରେସ୍ତୋରାଁ ଆସୋସିଏନ୍ ଦାବି କରିଛି।

ଏନେଇ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଶେଷ ମୁହୂର୍ତ୍ତରେ ଲାଇସେନ୍ସ ନବୀକରଣ ପାଇଁ ନିୟମ ବଦଳିଛି। ଏବେ ଯେତିକି ଡକ୍ୟୁମେଣ୍ଟ ଅଛି ‌େସତିକି ଦେଇ ନବୀକରଣ କରନ୍ତୁ। ବାକି ଡକ୍ୟୁମେଣ୍ଟ ଦେବା ପାଇଁ ୧୫ଦିନର ସମୟ ନେବାକୁ ଅଣ୍ଡରଟେକିଂ ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe