ରେଢ଼ାଖୋଲ : ବୁଲା ଗୋରୁଙ୍କ କବ୍‌ଜାରେ ରାଜପଥ ଓ ଚାଷ ଜମି; ବଢୁଛି ଦୁର୍ଘଟଣା, ଫସଲ ନଷ୍ଟ

Advertisment
ଗୋହତ୍ୟା ନିରୋଧ ଅଧ୍ୟାଦେଶକୁ କର୍ଣ୍ଣାଟକ କ୍ୟାବିନେଟର ମଂଜୁରୀ

The Indian Express

ରେଢ଼ାଖୋଲ : ରେଢ଼ାଖୋଲ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବେ ବୁଲା ଗୋରୁଙ୍କ ଗୋଠ ପାଲଟିଛି। ସନ୍ଧ୍ୟା ହେଲେ ସହର ଛକ ଜାଗାମାନଙ୍କରେ ଏମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ରାତି ସାରା ରାଜପଥ ଉପରେ ଶୋଇ ରହୁଛନ୍ତି। ଫଳରେ ଏମାନଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜବୀନ ହାନି ହେଉଛି। ପ୍ରକାଶଥାଉ କି ଏହି ରାଜପଥ ଦେଇ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନକୁ କଟକ, ଭୁବନେଶ୍ବର ସମେତ ପୂର୍ବ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ଏହା ଏକ ପ୍ରମୁଖ ରାଜପଥ ହୋଇଥିବାରୁ ସବୁ ବେଳେ ଗାଡ଼ିମଟର ଭିଡ଼ ଲାଗିଥାଏ। ମାତ୍ର ଗୋରୁ ପଲଙ୍କ ଦ୍ବାରା ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି। ଅନେକ ଥର ଦାବି ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଘଉଡ଼ାଇବାକୁ କିଂବା ଏମାନଙ୍କ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏନ୍‌ଏସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

publive-image

ଲଇଡ଼ା: ରେଙ୍ଗାଲି ବ୍ଲକ୍‌ ଲଇଡ଼ା ଅଞ୍ଚଳରେ ଏବେ ବୁଲା ଗୋରୁଙ୍କ ପାଇଁ ଚାଷୀ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଅଭାବୀ ବର୍ଷା ଯୋଗୁଁ ଗୋଟିଏ ପଟେ ରୁଆ ଓ ବେଉଷଣ ଆଦି କାମ ବିଳମ୍ବିତ ହୋଇଥିବା ବେଳେ ଏବେ ଶହ ଶହ ସଂଖ୍ୟାରେ ଗୋରୁ ପ୍ରତି ଦିନ ବିଭିନ୍ନ ଜମିରେ ପଶି ରୁଆ ଯାଇଥିବା ଧାନ ଗଛ ସବୁ ଖାଇ ନଷ୍ଟ କରି ଦେଉଛନ୍ତି। ମାଲିକମାନେ ଘରେ ନ ବାନ୍ଧି ଛାଡ଼ି ଦେଇଥିବାରୁ ଗୋରୁମାନେ ଦିନ ସାରା ଗାଁ’ ଭିତରେ, ପଡ଼ିଆ ତଥା ବିଭିନ୍ନ ଛକ ସ୍ଥାନଗୁଡ଼ିକରେ ଜମା ହୋଇ ଶୋଇ ରହୁଥିବା ବ‌େଳ ରାତି ହେଲେ ଜମିକୁ ପଶି ଧାନ ଗଛ ଖାଇ ନଷ୍ଟ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ବାରମ୍ବାର ବିଭିନ୍ନ ଗ୍ରାମରେ ନିଜ ନିଜ ଗୋରୁଙ୍କୁ ଅକ୍ତିଆରରେ ରଖିବାକୁ ଘୋଷଣା ସତ୍ତ୍ବେ ମାଲିକମାନେ ଆଦୌ ମାନୁ ନାହାନ୍ତି। ଯଦ୍ବାରା ଚାଷୀମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ପୁଣି ଗୋରୁଙ୍କ ପାଇଁ ରାସ୍ତାଘାଟ ସବୁ ଜାମ୍‌ ହେବା ସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ ଓ ବ୍ଲକ୍‌ କର୍ତ୍ତୃପକ୍ଷ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe