ଦଶପଲ୍ଲା ସହରରେ ବଢ଼ୁଛି ବୁଲା କୁକୁରଙ୍କ ଉତ୍ପାତ: କୁକୁର କାମୁଡ଼ାରେ ୫୦ ଆହତ

ଦଶପଲ୍ଲା ସହରରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଅସହ୍ୟ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ୱାର୍ଡଠାରୁ ଆରମ୍ଭ କରି ଜାତୀୟ ରାଜପଥ ଉପରେ ମାଳମାଳ କୁକୁର ଘୁରି ବୁଲୁଛନ୍ତି। ସ୍ଥିତି ଏଭଳି ହେଲାଣି ଯେ ଘରୁ ବାହାରକୁ ଗୋଡ଼ କାଢ଼ିବା ପାଇଁ ଲୋକ ଆଉ ସୁରକ୍ଷିତ ମଣୁ ନାହାନ୍ତି।

dog

ଦଶପଲ୍ଲା: ଦଶପଲ୍ଲା ସହରରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଅସହ୍ୟ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ୱାର୍ଡଠାରୁ ଆରମ୍ଭ କରି ଜାତୀୟ ରାଜପଥ ଉପରେ ମାଳମାଳ କୁକୁର ଘୁରି ବୁଲୁଛନ୍ତି। ସ୍ଥିତି ଏଭଳି ହେଲାଣି ଯେ ଘରୁ ବାହାରକୁ ଗୋଡ଼ କାଢ଼ିବା ପାଇଁ ଲୋକ ଆଉ ସୁରକ୍ଷିତ ମଣୁ ନାହାନ୍ତି। ଛୋଟଛୋଟ ଶିଶୁକୁ ନେଇ ଦିନକୁ ଦିନ ଚିନ୍ତା ବଢ଼ିଲାଣି। କୈାଣସି ଗାଁକୁ ପଶିଗଲେ ହଠାତ୍ କୁକୁରମାନେ ଧାଇଁ ଆସି କାମୁଡ଼ି ଗୋଡ଼ାଉଛନ୍ତି। ସଞ୍ଜ ନଇଁଲେ ସ୍ଥିତି ଅଧିକ ଅଣାୟତ ହୋଇପଡ଼ୁଛି। ଯାହାକି ଚଳିତ ମାସ ଅର୍ଥାତ୍ ଆଜି ସୁଦ୍ଧା ୫୨ଜଣ ବ୍ୟକ୍ତି କୁକୁର କାମୁଡ଼ାରେ ଆହତ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। 

ବଡ଼କଥା ହେଉଛି ଗତ କିଛିଦିନ ମଧ୍ୟରେ ଦୁର୍ଗାବଜାର କଲୋନିରେ ପ୍ରାୟ ୧୫ଜଣ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଏହା ଉପରେ କୈାଣସି ନିୟନ୍ତ୍ରଣ ରହୁନାହିଁ। ଯାହାକି ରାଜ୍ୟର କିଛି ନିର୍ଦ୍ଦିଷ୍ଟ ସହରରେ କୁକୁର ବନ୍ଧ୍ୟାକରଣ ଯୋଜନା ଚାଲିଥିବା ବେଳେ ଛୋଟଛୋଟ ସହର ବା ଏନ୍ଏସିମାନଙ୍କରେ ସେଭଳି କୈାଣସି ବ୍ୟବସ୍ଥା ନଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁହାଯାଇଛି। ଯାହାଦ୍ବାରା ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ କୁକୁର ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଦଶପଲ୍ଲା ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବୁଲା କୁକୁରକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛୋଟ ଶିଶୁଙ୍କୁ ବାହାରକୁ ବାହାର କରିବା ସୁରକ୍ଷିତ ହେଉନି। ଦିନବେଳା ଅପେକ୍ଷା ସଞ୍ଜ ନଇଁବା ପରେ ଗାଁ ଭିତରକୁ ପଶି ହେଉନି। ସକାଳୁ ମର୍ଣ୍ଣିଂ ୱାକ୍‌ କିମ୍ବା ଫୁଲ ତୋଳିବା ପାଇଁ ବାହାରିବାକୁ ଲୋକ ଆଉ ସୁରକ୍ଷିତ ମଣୁ ନାହାନ୍ତି। ସେହିଭଳି ରାଜପଥ ଉପରେ ମାଳମାଳ କୁକୁର ବୁଲୁଥିବା ବେଳେ ଦୈନିକ ଦୂର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe