ବୁଲା କୁକୁରଙ୍କ କବ୍‌ଜାରେ ରାଜପଥ, ବଢ଼ୁଛି ଦୁର୍ଘଟଣା

Advertisment
ବୁଲା କୁକୁରଙ୍କ କବ୍‌ଜାରେ ରାଜପଥ, ବଢ଼ୁଛି ଦୁର୍ଘଟଣା

ନିରାକାରପୁର : ୧୬ ନମ୍ବର ଜାତୀୟ ରାଜପଥ ଏବଂ ନୂଆ ଜଗନ୍ନାଥ ସଡକର ବିଭିନ୍ନ ଛକ ସମେତ ଗାଁ ଗହଳି ରାସ୍ତା ଏବଂ ବଜାର ଛକଗୁଡ଼ିକୁ ବୁଲା କୁକୁରମାନେ କବଜା କରି ନେଇଛନ୍ତି। ବେଳକୁ ବେଳ ଏହି ବୁଲା କୁକୁରଙ୍କ ଦୈାରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମାନଙ୍କ ପାଇଁ ଦୈନିକ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବାରୁ ସାଧାରଣରେ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି।

୧୬ନମ୍ବର ଜାତୀୟ ରାଜପଥର ମଳିପଡା, ଗୋଡିପଡା, ମୋଟା, ରାମେଶ୍ବର, ଜଙ୍କିଆ, ରତାମାଟି , ବଡପୋଖରିଆ, ଆଦି ଛକ ସମେତ ନୂଆଜଗନ୍ନାଥ ସଡକର ରାମେଶ୍ବର ଗାଁ ଛକ, ପାଦୁକାଇ ଛକ, ନିରାକାରପୁର ଥାନା ସମ୍ମୁଖ, କଲେଜ ଛକ, ମେଡିକାଲ ଛକ, ମଙ୍ଗଳାବଜାର, ବଡବଜାର ସମେତ ପାଣ୍ତବପାଟଣା ଛକ, ଷ୍ଟେସନବାଜର ଆଦି ଗଳିକନ୍ଦିରେ ମାଳମାଳ ବୁଲାକୁକୁର ସବୁ ବେଳେ ମଝିରାସ୍ତାରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। ଏମାନଙ୍କ ଦୈାରାତ୍ମ୍ୟ ଯୋଗୁଁ ଲୋକେ ମର୍ଣ୍ଣିଂ ୱାକ୍‌ରେ ଯିବାକୁ ଭୟ କଲେଣି। ଏମାନଙ୍କ ପ୍ରକୋପ ଏତେ ମାତ୍ରାରେ ବଢିଚାଲିଛି ଯେ, ବିନା କାରଣରେ ଏମାନେ ପାଦଚଲା ଯାତ୍ରୀ ସମେତ ବାଇକ ଏବଂ ୪ଚକିଆ ଯାନକୁ ମଧ୍ୟ ଗୋଡାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ବାରା ବାଇକ୍ ଚାଳକ ହଡବଡେଇ ଯାଇ ବାଇକ ଉପରୁ ନିୟନ୍ତ୍ରଣ ହାଇବା ସହିତ ଦୁର୍ଘଟଣାର ସମ୍ମୁଖୀନ ହେଉଥିବ‌ା ଦେଖିବାକୁ ମିଳୁଛି। ଗତକାଲି ଏହି ବୁଲା କୁକୁରଙ୍କ ଯୋଗୁଁ ଏକାଧିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ବିଶେଷ କ୍ଷୟକ୍ଷତି ଘଟି ନଥିଲେ ସୁଦ୍ଧା ଏକାଧିକ ଆହତ ହୋଇଛନ୍ତି। ଏନେଇ ନିରାକାରପୁର ପ୍ରାଣିଧନ ଅଧିକାରୀ ଭକ୍ତଚରଣ ଦଳେଇଙ୍କୁ ଯୋଗାଯୋଗ କରିବାରେ ଆନିମଲ୍ ବ୍ରିଡିଂ କଂଟ୍ରୋଲ (ଏବିସି) ନାମକ କୁକୁର ବନ୍ଧ୍ୟାକରଣ ବିଭାଗ କେବଳ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ଅଛି। ଏହି ସୁବିଧା ଗ୍ରାମାଞ୍ଚଳ ନିମନ୍ତେ ନାହିଁ। ତେଣୁ ଆମେ କୈାଣିସି ସହାୟତା କରିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe