ଅଭିନବ ପ୍ରତିବାଦ: ଜଳୁନଥିବା ହାଇମାଷ୍ଟ ଲାଇଟ ବିକ୍ରିପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ

Advertisment
ଅଭିନବ ପ୍ରତିବାଦ: ଜଳୁନଥିବା ହାଇମାଷ୍ଟ ଲାଇଟ ବିକ୍ରିପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ

ଝାରସୁଗୁଡ଼ା: ଲଖନପୁର ଠାରେ ଜଳୁନଥିବା ଏକ ହାଇମାଷ୍ଟ ଲାଇଟକୁ କିଛି ଯୁବକ ଓଏଲ୍କ୍ସରେ ବିକ୍ରୟ ପାଇଁ ବିଜ୍ଞାପନ ଦେଇଥିବା ଘଟଣା ଏବେ କୌତୁହଳ ସୃଷ୍ଟି କରିଛି। ଲଖନପୁର ମନ୍ଦିର ନିକଟରେ ଥିବା ଏହି ହାଇମାଷ୍ଟ ଲାଇଟ୍ ଜଳୁନଥିବାରୁ ସ୍ଥାନୀୟ ଯୁବକ ମାନେ ବାରମ୍ବାର ବିଭିନ୍ନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମାତ୍ର କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଗତ ୨୦୧୬ ମସିହାରେ ଏମ୍ସିଏଲ୍ ପକ୍ଷରୁ ତାର ସିଏସ୍ଆର୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବିନିଯୋଗ କରି ଏଠାରେ ଏକ ଉଚ୍ଚ ହାଇମାଷ୍ଟ ଲାଇଟ ସ୍ଥାପନ କରିଥିଲା। ମାତ୍ର ଏଥିରେ ବିଦ୍ୟୁତ ସଂଯୋଗ ନହେବାରୁ ଏହା ଜଳିନଥିଲା।

publive-image

ଏହି ଲାଇଟ୍ ପଞ୍ଚାୟତକୁ ହସ୍ତାନ୍ତର ହୋଇନଥିବାରୁ ପଞ୍ଚାୟତ ମଧ୍ୟ ଏଥିପାଇଁ କିଛି କରି ପାରିନଥିଲା। ଫଳରେ ଏହି ଲାଇଟ୍ ଅଚଳ ହୋଇ ପଡ଼ିରହିଥିଲା। ଗତ କିଛି ଦିନ ତଳେ ଏହି ଲାଇଟ୍କୁ ସ୍ଥାନୀୟ ଯୁବକ ମାନେ ଓଏଲ୍ଏକ୍ସରେ ମାତ୍ର ୯୯୯ ଟଙ୍କାରେ ବିକ୍ରି କରିବାକୁ ବିଜ୍ଞାପନ ଦେବାପରେ ପ୍ରଶାସନର ଚେତା ପଶିଥିଲା। ଏହି ଲାଇଟ୍ କିଭଳି ଜଳିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe