ଲକ୍‌ଡାଉନ୍ ସମୟରେ ଅମାନିଆଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଆରଏମ୍‌ସି କମିସନର

ବିବାଦରେ ଝୁଲୁଛି ଆର୍‌ଏମ୍‌ସି ନିର୍ବାଚନ

ରାଉରକେଲା: ଆସନ୍ତାକାଲିଠାରୁ ରାଉରକେଲାରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ଜାରି ରହିବ। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ସେନେଇ ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜନ ସାଧାରଣ ଚାଲି ଚାଲି ଯାଇ ନିକଟସ୍ଥ ଦୋକାନଗୁଡ଼ିକରୁ ଅତ୍ୟାବଶ୍ୟକ ଜିନିଷ କିଣି ପାରିବେ। କିନ୍ତୁ ସମସ୍ତ କୋଭିଡ ନିୟମ ପାଳନ କରିବା ଜରୁରୀ। ଅତି ଆବଶ୍ୟକ ନହେଲେ ଘରୁ ନ ବାହାରିବା ଲାଗି କମିସନର ଦିବ୍ୟଜ୍ୟୋତି ପରିଡା ଅନୁରୋଧ କରିଛନ୍ତି।

ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଅନ୍ୟ ସମସ୍ତ ପ୍ରକାରର ସତର୍କତା ଆପଣାଇବାକୁ ପଡ଼ିବ। ତେବେ କୋଭିଡ ନିୟମ ଭଙ୍ଗ କରୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜନ ସାଧାରଣଙ୍କ ସୁବିଧା ଲାଗି ଘର ମୁହଁରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ମହାନଗର ନିଗମ ପକ୍ଷରୁ ଉଦ୍ୟମ ଜାରି ରହିଛି। ହୋମ ଡେଲିଭେରୀ ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ବିସ୍ତୃତ ବିବରଣୀ ସମୟ ସମୟ ରେ ମହାନଗର ନିଗମର ସୋସିଆଲ ମିଡିଆ ପେଜରେ ଉପଲବ୍ଧ କରାଯିବବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe