ପିତ୍ତଳ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ, ଘଟଣାରେ ୩ ଅଟକ

Advertisment
ପିତ୍ତଳ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ, ଘଟଣାରେ ୩ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ଚାରି ଜଣଙ୍କର ମୃତ୍ୟୁଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ସାମାନ୍ୟ ଯୁକ୍ତିତର୍କରୁ ହିଁ ହତ୍ୟା କରାଯାଇଥିବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଥିବାବେଳେ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ଗଞ୍ଜାମ ଏସପିଙ୍କ ସୂଚନା ମୁତାବକ ଆକ୍ରମଣକାରୀମାନେ ସଡକ ଦୁର୍ଘଟଣାରୁ ଏକ ଦମ୍ପତିଙ୍କୁ ରକ୍ଷା କରିଥିଲେ। ଆଉ ଫାଷ୍ଟଫୁଡ୍ ଦୋକାନ କରିଥିବା ୩ ଭାଇ ସେମାନଙ୍କୁ କମେଣ୍ଟ କରିଥିଲେ। ସେଥିରେ ଅପମାନିତ ହୋଇ ଅଭିଯୁକ୍ତମାନେ ସେମାନଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ।

ତେବେ ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି | ସ୍ଥାନୀୟ ଲୋକମାନେ ପିତ୍ତଳ ଛକରେ ରାସ୍ତାରୋକ କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି | ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପିତ୍ତଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

publive-image

ସୂଚନା ଥାଉ କି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁର କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ମେଡିକାଲ ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା | ମୃତକ ତିନି ତିନି ଭାଇ ତଥା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ତିନି ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ରାଜା ସ୍ୱାଇଁ ହୋଇଥିବାବେଳେ ଅନ୍ୟ ଜଣେ ମୃତକ ସେମାନଙ୍କ ସମ୍ପର୍କୀୟ ପୁତୁରା ଚନ୍ଦନ ବୋଲି ଜଣାପଡ଼ିଛି l ଗତ ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe