ରାସ୍ତା ମରାମତି ପାଇଁ ୨୦ ବର୍ଷ ହେଲା ଚାଲିଛି ଅଭିଯୋଗ, ପ୍ରଶାସନ ନଶୁଣିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଜନତା

Advertisment
ରାସ୍ତା ମରାମତି ପାଇଁ ୨୦ ବର୍ଷ ହେଲା ଚାଲିଛି ଅଭିଯୋଗ, ପ୍ରଶାସନ ନଶୁଣିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଜନତା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବାବେଗୁଡା ଠାରୁ ଗଣ୍ଡାମେର ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗଣ୍ଡାମେର ପଞ୍ଚାୟତ ପକ୍ଷରୁ ଲିମସେର ଛକ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି। ବାବେଗୁଡା ଠାରୁ ଗଣ୍ଡାମେର ରାସ୍ତା ଅଧାଅଂଶ ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ଥିବା ବେଳେ ବାକି ଅଂଶ ବ୍ଲକ ଅଧୀନରେ ରହିଛି। ଗ୍ରାମବାସୀ ପକ୍ଷରୁ ଦୀର୍ଘ କୋଡିଏ ବର୍ଷ ଧରି ରାସ୍ତା ମରାମତି ପାଇଁ ଗୋଳାମୁଣ୍ଡା ବିଡିଓ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା, ଶେଷରେ ଗଣ୍ଡାମେର ପଞ୍ଚାୟତର ବହୁ ଗ୍ରାମବାସୀ ଓ ମହିଳା ନିଜର ଛୁଆ ପିଲାଙ୍କୁ ଧରି ବିଜୁ ଏକ୍ସପ୍ରେସ ୱେ ଉପରେ ରାସ୍ତାରୋକ୍ ଆନ୍ଦୋଳନ କରିଥିଲେ ଫଳରେ ଉକ୍ତ ରାସ୍ତାରେ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଗୋଳାମୁଣ୍ଡା ଆଇଆଇସି ରମଣୀ ରଂଜନ ଦଳାଇ ଆସି ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟି ନ ଥିଲା। ଏହା ପରେ ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରି ଦୁଇମାସ ଭିତରେ ରାସ୍ତା ନିର୍ମାଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ଆନ୍ଦୋଳନକାରୀ ଓହରି ଥିଲେ।

ଏହି ଆନ୍ଦୋଳନରେ ଗଣ୍ଡାମେର ସରପଞ୍ଚ ହେମଲତା ନାଏକଙ୍କ ପ୍ରତିନିଧି ବୃନ୍ଦାବନ ନାଏକ, କୃଷ୍ଣ ପ୍ରିୟା ବାଗ,ରୋହିତ ସାଗର, ମୋହନ ଚରଣ କେତକୀ, ଉମା ନାଏକ, ବୀରକିଶୋର ନାଏକ, କୈଳାସ ସାଗର ଓ ଦେବସାଗର ପ୍ରମୁଖ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଅନିଲ କୁମାର ମଲ୍ଲିକ, ଜଗନ୍ନାଥ ସତନାମୀ, ପୂର୍ଣ୍ଣଚନ୍ଦ୍ର ସେଠିଆ, ଦେବରାଜ ଭାଟି ଆନ୍ଦୋଳନ କାରୀଙ୍କୁ ନୈତିକ ସମର୍ଥନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe