ବଡ଼ସାହି/ ମାଣତ୍ରି : ବଡ଼ସାହି ତହସିଲ ଅଧିନସ୍ଥ ବୁଢ଼ାବଳଙ୍ଗ ନଦୀର କେତେକ ବାଲି ଶଯ୍ୟାରୁ ବେଆଇନ ଭାବେ ବାଲି ଉଠାଣ ଚାଲିଛି। ଏଥିନେଇ କେତେବେଳେ ସ୍କ୍ୱାର୍ଡ ଟିମ ତ କେତେବେଳେ ପୁଲସ ହାତରେ ଚୋରା ଗାଡ଼ି ଧରା ପଡ଼ୁଛି। ତଥାପି ଏଥିରେ ରୋକ ଲାଗୁନାହିଁ।
ବଡ଼ସାହି ବ୍ଲକ କୋଚିଲାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ବାବୁଲି ଗ୍ରାମର ବାଲି ଘାଟରୁ ମଧ୍ୟ ବାଲି ଚାଲାଣ ହୋଇଆସୁଛି। ଫଳରେ ଗାଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଏଭଳି ବେଆଇନ ବାଲି ଉଠାଣ ସହିତ ଚାଲାଣ ବନ୍ଦ କରିବା ଦାବିରେ ଆଜି ବଡ଼ସାହି ତହସିଲ ସମ୍ମୁଖରେ ବାଗୁଲି ଗ୍ରାମବାସୀ ଗଣଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ, ବଡ଼ସାହି ତହସିଲ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀର ମହୁପୁରା ନିଲାମ ବାଲିଘାଟରେ ଆଜି ସକାଳେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଏକ ପ୍ରୋକ୍ଲିନ ଚେନ ମେସିନ ଓ ଏକ ବାଲି ବୋଝେଇ ଡମ୍ପର ଜବତ କରିଛନ୍ତି। ପ୍ରୋକ୍ଲିନ ମେସିନଟି ନଦୀ ଶଯ୍ୟାରେ ବାଲି ଉତ୍ତୋଳନ କରୁଥିବା ବେଳେ ଓ ଡମ୍ପରଟିକୁ ରାସ୍ତାରେ ଯାଉଥିବା ସମୟରେ ଜବତ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us