ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ: ଜନଜୀବନ ପ୍ରଭାବିତ

ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବି

ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ: ଜନଜୀବନ ପ୍ରଭାବିତ

ଦେବଗଡ଼: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ ବିଜେପି ପକ୍ଷରୁ ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି।

ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି  କର୍ମୀମାନେ ଦେବଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ୪୯କୁ ଅବରୋଧ କରିବା ସହିତ ପିକେଟିଂ କରିଥିଲେ। ଫଳରେ ବସ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଜନଜୀବନ ପ୍ରଭାବିତ ହୋଇଛି। ଏଣେ  ଦେବଗଡ଼ ସହର ସମସ୍ତ ଦୋକାନବଜାର, ସରକାରୀ କାର୍ଯ୍ୟାଳୟ  ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe