ଦାବି ମାନିଲେ ସରକାର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଦାବି ମାନିଲେ ସରକାର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଛଅ ଦଫା ଦାବିରେ ଗତ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସରକାର ଦାବି ମାନି ନେବା ପରେ ଅଗ୍ନିଶମ କର୍ମଚାରୀମାନେ ପୁଣି ଥରେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଦୋଳନ ପାଇଁ କର୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୬ଅଗ୍ନିଶମ କର୍ମଚାରୀଙ୍କୁ ବୁଧବାର ନିଲମ୍ବିତ କରିଥିଲା ଅଗ୍ନିଶମ ବିଭାଗ । ସୋମବାର ଠାରୁ ୬ ଦଫା ଦାବି ନେଇ ରାଜ୍ୟର ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଯୋଗୁଁ ସୋମବାର ରାତିରେ ଦଶପଲ୍ଲା, ବାଲିଆପାଳ ଓ ମୟୁରଭଞ୍ଜରେ ଅଘଟଣ ଘଟିଥିଲେ ବି ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁଲିଭା ଓ ଉଦ୍ଧାର କାମ ପାଇଁ ଯାଇନଥିଲେ ।

ଏମାନଙ୍କ ମଧ୍ୟରେ ଦଶପଲ୍ଲା, ବାଲିଆପାଳ ଓ ମୟୁରଭଞ୍ଜ ଚିତ୍ରଡା ଫାୟାର ଷ୍ଟେସନର ୨ ଜଣ ଲେଖାଁଏ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଦଶପଲ୍ଲା ନିକଟସ୍ଥ ଶ୍ରୀରାମପୁରରେ ନିଆଁଲାଗି ୧୦ ବଖରା ଘର ଜଳିଯାଇଥିଲେ ବି ନିଆଁ ଲିଭାଇବାକୁ ଆସିନଥିଲେ ଅଗ୍ନିଶମ କର୍ମଚାରୀ ଆସିନଥିଲେ । ମୟୁରଭଞ୍ଜ ମୋରଡାରେ ଜଣେ ୩ ବର୍ଷର ଶିଶୁ କୂଅରେ ବୁଡି ଯାଇଥିଲେ । କିନ୍ତୁ ଉଦ୍ଧାର ପାଇଁ ଆସିନଥିଲେ ଅଗ୍ନିଶମ କର୍ମଚାରୀ । ବାଲିଆପାଳରେ କୁକୁଡା ଦୋକାନରେ ନିଆଁ ଲାଗି ଶତାଧିକ କୁକୁଡା ପ୍ରାଣ ହରାଇଥିଲେ । କିନ୍ତୁ ଆସିନଥିଲେ ଅଗ୍ନିଶମ ଅଧିକାରୀ । ଏହା ପରେ ଅଗ୍ନିଶମ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe