ଦାଦନ ଖଟିବାକୁ ଗଲେନି ବୋଲି.. ରାତିସାରା ଉଲଗ୍ନ କରି ନିର୍ଘାତ ମାଡ଼

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଜଣେ ଯୁବକ ଦାଦନ ଖଟିଯିବାକୁ ମନା କରିବାରୁ ସର୍ଦ୍ଦାର (ଦଲାଲ) ତାଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ କରିବା ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଜଣେ ଯୁବକ ଦାଦନ ଖଟିଯିବାକୁ ମନା କରିବାରୁ ସର୍ଦ୍ଦାର (ଦଲାଲ) ତାଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ କରିବା ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

fhhfhfh

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଜଣେ ଯୁବକ ଦାଦନ ଖଟିଯିବାକୁ ମନା କରିବାରୁ ସର୍ଦ୍ଦାର (ଦଲାଲ) ତାଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ କରିବା ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସଂପୃକ୍ତ ଯୁବକଙ୍କୁ ପୁଲିସ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍‌ କଲେଜ ହାସପାତାଳରେ ଭର୍ତ୍ତି କରିଛି।

କଣ୍ଟାବାଞ୍ଜିର ସୁରେଶ ରାଓ ନାମକ ଜଣେ ଦାଦନ ସର୍ଦ୍ଦାର ପାଟଣାଗଡ଼ ବ୍ଲକ୍‌ କଦଳୀମୁଣ୍ଡା ଗ୍ରାମର ଅଜିତ ବାଗଙ୍କୁ ବାହାର ରାଜ୍ୟରେ କାମ ଯୋଗାଇ ଦେବ କହି ୪୦ ହଜାର ଟଙ୍କା ଅଗ୍ରିମ ଦେଇଥିଲା। ପରେ ପାରିବାରିକ ସମସ୍ୟା ଯୋଗୁଁ ଦାଦନ ଖଟିଯିବାକୁ ଅଜିତ ମନା କରିଥିଲେ। ଏଥିରେ ସର୍ଦ୍ଦାର ସୁରେଶ ରାଗ ରଖି ସର୍ବଦା ଅଜିତ ଉପରେ ନଜର ରଖିଥିଲା। ଗତକାଲି ଅଜିତ କୌଣସି କାମରେ ବଲାଙ୍ଗୀରକୁ ଯାଉଥିବା ସମୟରେ ସୁରେଶ କିଛି ଦୁର୍ବୃତ୍ତଙ୍କୁ ନେଇ ପିଛା କରିଥିଲା। ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟରାସ୍ତାର ଭଇଁଷା ବସଷ୍ଟାଣ୍ଡଠାରୁ ଦୁର୍ବୃତ୍ତମାନେ ଅଜିତଙ୍କୁ ଉଠାଇ ନେଇ ତୁରେକେଲା ଅଞ୍ଚଳର ଏକ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ରାତିସାରା ଉଲଗ୍ନ ଅବସ୍ଥାରେ ଅଜିତଙ୍କୁ ଠେଙ୍ଗା ଓ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଥିଲେ। ଦରମରା ଅବସ୍ଥାରେ ଅଜିତ ପରିବାରବର୍ଗଙ୍କୁ ଫୋନ୍ କରି ସୁରେଶ ଓ କିଛି ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିଥିବା ଏବଂ ୧୦ ଲକ୍ଷ ଟଙ୍କା ଦାବି କରୁଥିବା କହିଥିଲେ। ନ ହେଲେ ଜୀବନରୁ ମାରିଦେବେ ବୋଲି ଫୋନ୍‌ରେ ସୂଚନା ଦେଇଥିଲେ।

ଏ ସମ୍ପର୍କରେ ଅଜିତଙ୍କ ପରିବାର ପାଟଣାଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଜିତଙ୍କୁ ଜଙ୍ଗଲରୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏ ସମ୍ପର୍କରେ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆଙ୍କୁ ପଚାରିବାରୁ, ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି। ତେବେ ପାଟଣାଗଡ଼ ଅଞ୍ଚଳରେ ଦାଦନ ଦୁଃଖ ବଢ଼ିବାରେ ଲାଗିଥିବା ବେଳେ ସରକାରଙ୍କ ଦ୍ବାରା ଗଠିତ ଟାକ୍ସଫୋର୍ସ କେଉଁ କାମକୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe