ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ସିଇଓ

Advertisment

ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ସିଇଓ

ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲା୧-ପଦ୍ମପୁର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପଦ୍ମପୁର ଗସ୍ତରେ ଯାଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲୋ ଉପନିର୍ବାଚନ ନିମନ୍ତେ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତିା ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କର ପ୍ରଶିକ୍ଷଣ ମଡେଲ ଓ ପିଙ୍କ୍ ବୁଥ୍ ସ୍ଥାପନ, ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ ଗ୍ରହଣ ପାଇଁ କି ପ୍ରକାରର ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଶ୍ରୀ ଲୋହାନୀ ସମୀକ୍ଷା କରିଥିଲୋ

ଉପନିର୍ବାଚନ ପାଇଁ ବଳବତ୍ତର ଥିବା ଆଦର୍ଶ ଆଚରଣ ବିଧିକୁ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ, ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଯେପରି କଡ଼ାକଡ଼ି ଭାବେ ଅନୁପାଳନ କରିବେ, ସେ ସଂପର୍କରେ ସମୀକ୍ଷା କରିବା ସହ ଏହାର ଉଲ୍ଲଂଘନ ହେଲେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତିା ଏଥି ନିମନ୍ତେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମାଧ୍ୟମରେ ଜୋରଦାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତିା ଫ୍ଲାଇଙ୍ଗ୍ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମାଧ୍ୟମରେ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ଉଚ୍ଛେଦ ଓ ଯାନବାହନ ତନଖି କରାଯିବା ସହ ଜିଲ୍ଲାରେ ଅବକାରୀ ଚଢ଼ାଉ ଜୋରଦାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତିା ଅଧିକ ସଂଖ୍ୟାରେ ମତଦାନ ନିମନ୍ତେ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାକୁ ଶ୍ରୀ ଲୋହାନୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

ମତଗଣନା କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି, ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତି, ସେକଫର ଅଧିକାରୀଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତିା  ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଡି.ଏମ୍. ରାମପ୍ରସାଦ ଗୁପ୍ତା (ଭାପ୍ରସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମଥ ପୁରୁଷୋତ୍ତମ ଦାସ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ନୋ ଓ କୃତିବାସ ରାଉତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋୟେଲ ଏବଂ ରିଟର୍ଣ୍ଣିଂ ଅଧିକାରୀ ତଥା ପଦମ୍ପୁର ଉପଜିଲ୍ଲାପାଳ ତି୍ରଲୋଚନ ପାତ୍ରଙ୍କ ସମେତ ଜିଲ୍ଲାର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe