ଦୋଷୀଙ୍କୁ ଛଡ଼ାଯିବନି: ପ୍ରଧାନମନ୍ତ୍ରୀ

Advertisment
ଦୋଷୀଙ୍କୁ ଛଡ଼ାଯିବନି: ପ୍ରଧାନମନ୍ତ୍ରୀ

ବାଲେଶ୍ବର :ଏହା ଏକ ହୃଦୟବିଦାରକ ଓ ମନକୁ ବିଚଳିତ କଲା ଭଳି ଘଟଣା। ଯେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ସେମାନେ ଆଉ ଫେରିବେନି। ତେବେ ଏଭଳି ଦୁଃଖ ସମୟରେ ସରକାର ସେମାନଙ୍କ ପରିବାର ସହ ଛିଡ଼ା ହେବେ। ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସାରେ କୌଣସି ଅବହେଳା ବରଦାସ୍ତ କରାଯିବନି। ଆମେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛୁ। ସବୁ ଦିଗରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି। ଯେଉଁମାନେ ଏହି ଘଟଣା ପାଇଁ ଦାୟୀ, ସେମାନଙ୍କୁ ଆଦୌ କ୍ଷମା କରାଯିବନି; ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟ‌ାନୁଷ୍ଠାନ ହେବ।

publive-image

ଏହି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ନିଜର ସାଧ୍ୟମତେ କରିଥିବା ସବୁ ଉଦ୍ୟମ ପ୍ରଶଂସନୀୟ। ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ଏହି ସଙ୍କଟ ସମୟରେ ଉଦ୍ଧାରକାର୍ଯ୍ୟଠୁ ନେଇ ରକ୍ତଦାନ ଯାଏ ସବୁପ୍ରକାର ସହାୟତା କରିଛନ୍ତି। ସ୍ଥାନୀୟ ଯୁବକମାନେ ସାରା ରାତି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଅନେକ ଜୀବନ ବଞ୍ଚାଇଛନ୍ତି। ଆମେ ସମସ୍ତେ ସେମାନଙ୍କ ପାଖରେ ଚିରକୃତଜ୍ଞ।

ରେଳବାଇ ପକ୍ଷରୁ ମୃତାହତଙ୍କୁ ଉଦ୍ଧାର ଓ ଟ୍ରେନ୍‌ ପୁନଃ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମୁଁ ଡାକ୍ତରଖାନା ଯାଇ ଆହତ ନାଗରିକମାନଙ୍କୁ ଭେଟିଲି। ସେମାନଙ୍କ ଦୁଃଖକୁ ବୟାନ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି, ଆମେ ଏହି ଦୁଃଖଦ ପରିସ୍ଥିତିକୁ ସଫଳତାର ସହ ସାମ୍‌ନା କରି ଖୁବ୍‌ଶୀଘ୍ର ଆଗକୁ ବଢ଼ିବା। ଏମିତି ଘଟଣାରୁ ଆମେ ଅନେକ କିଛି ଶିଖିବା ସହ ଆଗକୁ ନାଗରିକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe