ଏସିଡ୍‌ ମାଡ଼ କରି ଦୁର୍ବୃତ୍ତ ଫେରାର, ଗୁରୁତର ଆଇନ୍‌ଜୀବୀ ଡାକ୍ତରଖାନାରେ ଭର୍ତ୍ତି

ଆଇନଜୀବୀଙ୍କୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଛନ୍ତି। ଏଥି ପାଇଁ ବଳପୂର୍ବକ ଘରେ ପଶି ଏସିଡ୍‌ ଆକ୍ରମଣ କରିଛନ୍ତି। ଗଜପତି ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡିରେ ଆଜି ଏହି ଅପ୍ରୀତିକର ଅଘଟନ ଘଟିଛି। ଆକ୍ରମଣର ଶିକାର ହୋଇଛନ୍ତି ପି ରାମା ରାଓ।

ଅଦ୍ୟତନ ହୋଇଛି
0dea8997-f1e3-4add-a964-9ce61b991ebd

ପାରଳାଖେମୁଣ୍ଡି: ଜଣେ ଆଇନଜୀବୀଙ୍କୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଛନ୍ତି। ଏଥି ପାଇଁ ବଳପୂର୍ବକ ଘରେ ପଶି ଏସିଡ୍‌ ଆକ୍ରମଣ କରିଛନ୍ତି। ଗଜପତି ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡିରେ ଆଜି ଏହି ଅପ୍ରୀତିକର ଅଘଟନ ଘଟିଛି। ଆକ୍ରମଣର ଶିକାର ହୋଇଛନ୍ତି ପି ରାମା ରାଓ। ତାଙ୍କର ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଆଜି ଶ୍ରୀ ରାଓ ଘରେ ଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଜଙ୍ଗମସାହିସ୍ଥିତ ଶ୍ରୀ ରାଓଙ୍କ ଘରେ ପହଞ୍ଚି ଥିଲେ। ଜଣେ ଲୋକ ଗାଡ଼ି ଚଳାଇ ଘର ବାହାରେ ପ୍ରସ୍ତୁତ ଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ଶ୍ରୀ ରାଓ ଘର ବାହାରେ ଥିବା କଲିଂ ବେଲ୍‌ ସୁଇଚ୍‌ ଚିପିଥିଲେ। କଲିଂ ବେଲ୍‌ ଶଦ୍ଦ ଶୁଣି ଶ୍ରୀ ରାଓ ଘର ଭିତରୁ ବାହାରିଥିଲେ। ଶ୍ରୀ ରାଓ କବାଟ ଖୋଲି ବାହାରକୁ ଆସିଥିଲେ। ଏତିକି ବେଳେ ଦୁର୍ବୃତ୍ତ ଜଣକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୋତଲରେ ରଖିଥିବା ଏସିଡ୍‌କୁ ଶ୍ରୀ ରାଓଙ୍କ ଉପରେ ଅତର୍କିତ ମାଡ଼ କରିଥିଲେ। ଏହା ପରେ ସେ ଅନ୍ୟ ଦୁର୍ବୃତ୍ତଙ୍କ ସହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

c2c1203b-20ec-47ed-905c-c59ca8f52588

ଏସିଡ୍‌ ମାଡ଼ର ଶିକାର ହେଲା ପରେ ଶ୍ରୀ ରାଓ ଗୁରୁତର ହୋଇଥିଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ଆସି ଉଦ୍ଧାର କରିଥିଲେ। ଏସିଡ୍‌ ମାଡ଼ର ଶିକାର ହେଲା ପରେ ଶ୍ରୀ ରାଓ ଗୁରୁତର ହୋଇଥିଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ଆସି ଉଦ୍ଧାର କରିଥିଲେ। ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଶ୍ରୀ ରାଓଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। 

ଥାନାରେ ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜିବାରେ ଲାଗିଛି। ସମ୍ଭବତଃ କୌଣସି ମାମଲାକୁ ନେଇ ଆଇନଜୀବୀଙ୍କ ଉପରେ ଆକ୍ରୋଶ ରଖି ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିବାର ସନ୍ଦେହ କରାଯାଉଛି। ପୁଲିସର ତଦନ୍ତ ପ୍ରକ୍ରିୟା ସରିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe